ରାଜକନିକା ୨୫|୧: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଡାହାଣୀଆଗିରି ଗାଁର ଅଭାବନୀୟ ଘଟଣା ଘଟିଛି । ଗାଁ ଦାଣ୍ଡରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଅଙ୍ଗନଓ୍ବାଡି ରୋଷେଇରେ ଅନିୟମିତତା ଅଭିଯୋଗରେ କର୍ମୀଙ୍କୁ ଆକ୍ରମଣ କରିଛନ୍ତି ଗାଁର କିଛି ମହିଳା ଓ ଯୁବକ। ମହିଳାଙ୍କୁ ମାଡ଼ ମାରିବା ସହ ଚଲାଇ ଚଲାଇ ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ରାଜକନିକା ଥାନାରେ ଅଙ୍ଗନଓ୍ବାଡି କର୍ମୀ ଜଣଙ୍କ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ,...