ଅଙ୍ଗନୱାଡ଼ି କେନ୍ଦ୍ରରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | October 13, 2022 IST

ମାଲକାନଗିରି। କାଲିମେଳା ୧୩/୧୦ : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକରେଥିବା ଭାଲମପାଲି ଗାଁରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ଏଲପିଜି ଟାଙ୍କି ଲିକ୍‌ ହୋଇ ଲାଗଲା ନିଆଁ। କର୍ମୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତିଲେ ଛୋଟଛୋଟ ପିଲା। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲାlଏପରି ଘଟଣା ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଶିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ଭାଲାମ ପଲ୍ଲୀ ଆଦିବାସୀ ଗାଁରେ ଦେଖିବାକୁ ମିଳିଛି।

ଖବର ଅନୁସାରେ, ଗୁରୁବାର ସକାଳେ ଭାଲାମ ପଲ୍ଲୀ ଗାଁର ଅଙ୍ଗନୱାଡ଼ିରେ ରୋଷେଇ ପାଇଁ କେନ୍ଦ୍ରର ସହାୟିକା ସରୋଜିନୀ ଗ୍ୟାସ ଲଗାଇଥିଲେ। ସେହି ସମୟରେ ଗ୍ୟାସ ଟାଙ୍କିକୁ ସଂଯୋଗ କରୁଥିବା ପାଇପ ଲିକ ଥିବା ଜାଗାରେ ବଡ଼ଜୋର  ନିଆଁ ଲାଗିଯାଇଥିଲା। ଏହା ଦେଖି କର୍ମୀ ବୁଦ୍ଧି ସେଠାରେ ଥିବା କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ବାହାରକୁ ବାହାରକୁ କାଢ଼ିଦେଇଥିଲେ।  ପରେ ଅଗ୍ନିଶମ ବିଭାଗକୁ ତୁରନ୍ତ ଯୋଗାଯୋଗ କରିଥିଲେ। ପଡ଼ିଆ ଅଗ୍ନିଶମ ବିଭାଗ ଖବର ପାଇବା ସଙ୍ଗେ ସଙ୍ଗେ ଅଧିକାରୀ ବୀରେନ୍ଦ୍ର ସିଂ ଏବଂ ତାଙ୍କ ସହଯୋଗୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l

କର୍ମୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରର ସେପରି କୌଣସି କ୍ଷୟକ୍ଷତି ହୋଇ ନଥିବା ଦେଖିବାକୁ ମିଳିଛି। ଗ୍ୟାସ ଚୁଲାଟି ପୋଡ଼ି ଯାଇଛିଥିବା ବେଳେ ପିଲାମାନେ ଏହା ଦେଖି ଭୟବିତ ହୋଇ ପଡିଥିଲେ। ଅନ୍ୟପଟେ ସହାୟିକା ଚିନ୍ମୟିଙ୍କ ପାଇଁ ପିଲାମାନେ ବର୍ତ୍ତିଯାଇଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.