୨ ହଜାର ଟଙ୍କା ପାଇଁ ଅଙ୍ଗନୱାଡ଼ି କର୍ମୀଙ୍କୁ ମାଡ, ଗୋଡ଼େଇ ଗୋଡ଼େଇ ପିଟିଲେ ୱାର୍ଡ଼ ସଭ୍ୟ

Published By : Prameya-News7 Bureau | August 12, 2022 IST

ଚାନ୍ଦବାଲି ୧୨/୦୮: ମାନବିକାତାର ଶେଷ ସୀମା ପାର କଲେ ଜଣେ ନିର୍ବାଚିତ ୱାର୍ଡ଼ ସଭ୍ୟ । ଜଣେ ମହିଳାଙ୍କୁ ଗାଁ ରାସ୍ତାରେ ଗୋଡ଼େଇ ମାଡ଼ ମାଲିଲେ ଜଣେ ନିର୍ବାଚିତ ୱାଡ଼ସଭ୍ୟ । ପ୍ରତି ମାସରେ ୨ ହଜାର ଟଙ୍କା ଦେଲେ ସୁରକ୍ଷିତ କେନ୍ଦ୍ର ଚଳାଇବୁ ନ ହେଲେ ମାଡ଼ ମାରି ଗାଁରୁ ତଡ଼ିଦେବାକୁ ଧମକ ଦେଇଥିଲେ ୱାର୍ଡ଼ ସଭ୍ୟ ।

କର୍ମୀ ଜଣକ ୨ ହଜାର ଟଙ୍କା ନ ଦେବାରୁ କେନ୍ଦ୍ର ଆଗରେ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଲେ ୱାଡ଼ ସଭ୍ୟ । ଏମିତି ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଂଚାୟତ ପ୍ରତାପପୁର ଅଙ୍ଗନୱାଡ଼ି କେନ୍ଦ୍ର-୨ରେ ।

ଅଙ୍ଗନୱାଡ଼ି କର୍ମୀ ଶୁଚିଳା ମଲ୍ଲିକଙ୍କୁ ୱାର୍ଡ଼ ସଭ୍ୟ ୨ ଟଙ୍କା ମାଗିଥିଲେ, କର୍ମୀ କହିଥିଲେ ପିଲାଙ୍କ ଅର୍ଥକୁ ମୁଁ ବିନା କାରଣରେ ଦେଇପାରିବି ନାହିଁ ପ୍ରକାଶ କରିବାରୁ ଏଥିରେ ୱାର୍ଡ଼ ସଭ୍ୟ ଦିପକ ଦାସ ଉକ୍ଷିପ୍ତ ହୋଇ କର୍ମୀଙ୍କୁ କେନ୍ଦ୍ର ନିକଟରେ ଗୋଡ଼େଇ ଗୋଢ଼େଇ ମାଡ଼ ମାରିବା ସମୟରେ ଗାଁର ୨ଜଣ ବ୍ୟକ୍ତି ଚାଷ କାର୍ଯ୍ୟ ସାରି ଫେରୁଥିବା ସମୟରେ ତାଙ୍କୁ ୱାର୍ଡ଼ ସଭ୍ୟଙ୍କ ନିକଟରୁ ବଂଚାଇଥିଲେ ।

ଅଙ୍ଗନୱାଡ଼ି କର୍ମୀଙ୍କର ଜୀବୀନ ପ୍ରତି ବିପଦ ଥିବାରୁ ସେ ଚାନ୍ଦବାଲି ଥାନାରେ ସଂପୃକ୍ତ ୱାର୍ଡ଼ ସଭ୍ୟଙ୍କ ବିରୋଧରେ ଅଭିଯୋଗ କରିବା ସହ ନ୍ୟାୟ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.