Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଦୁଇ ମାସ ହେଲା ଅଙ୍ଗନୱାଡ଼ି କେନ୍ଦ୍ରରେ ଝୁଲୁଛି ତାଲା, ସୁଷମ ଖାଦ୍ୟ ପାଇବାରୁ ବଞ୍ଚିତ ୩୦ରୁ ଉର୍ଦ୍ଧ୍ଵ କୋମଳମତି ଶିଶୁ

30/08/2022 at 3:43 PM

ବଡ଼ବିଲ ୩୦।୮: ଶିଶୁ ବିକାଶ ଯୋଜନା ପାଇଁ ସରକାର ପ୍ରତି ଗାଁ, ପ୍ରତି ବସ୍ତିମାନଙ୍କରେ ଅଙ୍ଗନୱାଡ଼ି ସେଣ୍ଟର ଖୋଲିଛନ୍ତି । ହିତାଧିକାରୀଙ୍କୁ ଏଠାରେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି, ଯାହା ଫଳରେ କୁନିକୁନି କୋମଳମତି ଶିଶୁମାନେ ସୁଷମ ଖାଦ୍ୟ ପାଇପାରୁଛନ୍ତି । ତେବେ ମାସ ମାସ ଧରି ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପଡ଼ିଲେ  ହିତାଧିକାରୀ ଅବା କରିବେ କ’ଣ ?

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା, ଯୋଡ଼ା ବ୍ଲକ୍, ବାଲାଣୀ ପଞ୍ଚାୟତ ଅଧିନ କିରିବୁରୁ ବେସ୍ କ୍ୟାମ୍ପରେ ।ଏଠାରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ଅନେକ ଦିନ ହେଲା ତାଲା ଝୁଲୁଛି । ଗତ ପ୍ରାୟ ଦୁଇ ମାସ ହେବ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲାଯାଉ ନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଅଙ୍ଗନୱାଡ଼ି କେନ୍ଦ୍ର ଉପରେ ନିର୍ଭର କରୁଥିବା ୩୦ରୁ ଅଧିକ ଶିଶୁ ପ୍ରତିଦିନ ଏଠାକୁ ଆସି ବାରଣ୍ଡାରେ ବସି ବସି ଶେଷରେ ନିରାଶ ହୋଇ ଘରକୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ଶିଶୁମାନଙ୍କୁ ଦେଖିବା ପାଇଁ କେହି ନଥିବାରୁ ଏମାନଙ୍କ ମଧ୍ୟରୁ କିଛି ଶିଶୁ, ପାଖ ଜଙ୍ଗଲ ଓ ନାଳକୁ ଯାଇ ବିପଦପୂର୍ଣ୍ଣ ଅଞ୍ଚଳରେ ବୁଲୁଛନ୍ତି ବୋଲି ଅଭିଭାବକମାନେ କହିଛନ୍ତି । ଦାୟିତ୍ବରେ ଥିବା ଅଙ୍ଗନୱାଡ଼ି କର୍ମୀଙ୍କ  ଦେଖା ବି ମିଳୁନି । ବାରମ୍ବାର ଅଭିଯୋଗ ପରେ ବି ଅବସ୍ଥା ଯେମିତିକୁ ସେମିତି ।  ଅଙ୍ଗନୱାଡ଼ି କେନ୍ଦ୍ର ଠିକ୍ ଭାବରେ ପରିଚାଳିତ ହେଉଛି କି ନାହିଁ ଦେଖିବାକୁ କହିନାହାନ୍ତି । ଏନେଇ ଯୋଡ଼ା ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ ସୁକାନ୍ତି ପାତ୍ର କହିଛନ୍ତି, ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ । ଘଟଣାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବା ସହ ପ୍ରତିଦିନ କିଭଳି ଅଙ୍ଗନୱାଡ଼ି ଖୋଲାଯିବ ଏବଂ ପିଲାଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ସେନେଇ ଚେଷ୍ଟା କରାଯିବ ।

   Related Posts