oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ : ତାସ୍ ଘର ଭଳି ଭାଙ୍ଗିଗଲା ବଡ ବଡ କୋଠା, ଦେଖନ୍ତୁ ଭିଡିଓ

2/05/2022 at 2:08 PM

ନୂଆଦିଲ୍ଲୀ ୦୨/୦୫: ଆମେରିକା କନସାସରେ ଭୟଙ୍କର ଘୂର୍ଣ୍ଣିଝଡ । ଭାଙ୍ଗିଗଲା ଶହଶହ ଘର । ଶହଶହ ଗଛ ବି ଉପୁଡି ପଡିଲା । ଶୁକ୍ରବାର ସନ୍ଧ୍ୟାରେ କନସାସରେ ଆସିଥିବା ଘୂର୍ଣ୍ଣିଝଡ ବ୍ୟାପକ ତାଣ୍ଡବ ରଚିଛି ।

ସୂଚନାନୁସାରେ, ଶୁକ୍ରବାର ସନ୍ଧ୍ୟାରେ କନସାସରେ ଭୟଙ୍କର ଘୂର୍ଣ୍ଣିଝଡ ତାଣ୍ଡବ ରଚିଥିଲା । ଏହାର ଦୃଶ୍ୟ ମଧ୍ୟ ଭୟଙ୍କର ଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ଏତେ ଶକ୍ତିଶାଳୀ ଥିଲା ଯେ କିଛି ମିନିଟରେ ଏହା ଶହଶହ ଘର ଓ ଗଛକୁ ଭାଙ୍ଗି ପକାଇଥିଲା ।

ତେବେ ଘୂର୍ଣ୍ଣିଝଡ ପ୍ରଭାବରେ ୧୫୦୦ରୁ ଅଧିକ ଘରର ବିଜୁଳି ସେବା ବ୍ୟାହତ ହୋଇଛି । ଏହାସହ ବିଭିନ୍ନ ସ୍ଥାନରେ ଝଡ ଦ୍ୱାରା ୩ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି । ଅକଲୋମା ହାଇଓ୍ୱେ ପାଟ୍ରୋଲ ରିପୋର୍ଟ ଅନୁସାରେ, ଟେକସାସର ନିକୋଲାସ ନାୟର, ଇଲିନାଇସର ଗୋବିନ୍ ସର୍ଟ ଓ ଇଣ୍ଡିଆନାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

   Related Posts