ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

୧୦ ଦଫା ଦାବି ନେଇ ଆନ୍ଦୋଳନ, ଗଣଧାରଣାରେ ୨୫୧ ସମବାୟ ସମିତି ଓ ଲ୍ୟାମ୍ପସ କର୍ମଚାରୀ

13/12/2021 at 1:36 PM

ଭଦ୍ରକ ୧୩।୧୨: ୧୦ ଦଫା ଦାବି ନେଇ ଆନ୍ଦୋଳନ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୨୫୧ଟି ସେବା ସମବାୟ ସମିତି ଓ ଲ୍ୟାମ୍ପସ୍‌ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଭଦ୍ରକ ଜିଲ୍ଲା ଏଆରସିଏସ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ଓ ତିହିଡି ବ୍ଲକର କେତେକ ସମବାୟ ସମିତିର ସମ୍ପାଦକ ଓ ଡିଇଓଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ପାଇଁ ଦାବି ହୋଇଛି । ଏହିପରି ଅଗଣତାନ୍ତ୍ରିକ ଭାବେ ଜସିପୁର ସମବାୟ ସମିତିର ପିଅନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।  ଏମିତି କି ଦରମା ମଧ୍ୟ ବନ୍ଦ କରାଯାଇଛି । ଏପରି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି  ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସେବା ସମବାୟ ସମିତି କର୍ମଚାରୀ  । ଏହି ୨ ଜିଲ୍ଲାର ସଂଘମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେବା ସହ ଗଣଧାରଣାରେ ବସିଛନ୍ତି । ଏମିତି କି ଧାନ ସଂଗ୍ରହରେ ମଧ୍ୟ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

   Related Posts