ଅର୍ଥମନ୍ତ୍ରୀଙ୍କ ରିପୋର୍ଟ: ଇଜ୍ ଅଫ ଡୁଇଂ ବିଜନେସ୍‌ରେ ଆନ୍ଧ୍ର, ଗୁଜରାଟ ଓ ତେଲେଙ୍ଗାନା ଟପରେ

Published By : Prameya-News7 Bureau | June 30, 2022 IST

ନୂଆଦିଲ୍ଲୀ ୩୦।୬:  ଇଜ୍ ଅଫ ଡୁଇଂ ବିଜନେସ୍‌ ରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ୭ ରାଜ୍ୟଙ୍କ ସୂଚୀର ଶୀର୍ଷରେ ରହିବାକୁ ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ତେଲେଙ୍ଗାନା ସଫଳ ହୋଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଗୁରୁବାର ଜାରି ରିପୋର୍ଟରୁ ଏହା ଜଣାପଡିଛି। ବିଜନେସ୍ ରିଫର୍ମ ଆକ୍ସନ ପ୍ଲାନ ୨୦୨୦ ଅନୁସାରେ ଏହି ରାଙ୍କିଙ୍ଗ ହୋଇଛି।

ଇଜ୍ ଅଫ ଡୁଇଁ ବିଜନେସ୍ ରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ୭ ରାଜ୍ୟଙ୍କ ସୂଚୀର ଆଗ ଧାଡିରେ ଯେଉଁ ରାଜ୍ୟମାନେ ଅଛନ୍ତି ସେମାନଙ୍କ ମଧ୍ୟରେ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଓଡିଶା ଏବଂ ମଧ୍ୟପ୍ରଦେଶ ଅଛନ୍ତି। ସେହିପରି ଏସ୍ପାୟାର କ୍ୟାଟଗରୀରେ ସାମିଲ ୭ ରାଜ୍ୟଙ୍କ ଆଗ ଧାଡିରେ ଆସାମ, କେରଳ ଓ ଗୋଆ ଆଦି ରାଜ୍ୟ ଅଛନ୍ତି।

ସେହିପରି ଏମର୍ଜିଂ ବିଜନେସ୍ ଇକୋ ସିଷ୍ଟମ କ୍ୟାଟଗରୀରେ ସାମିଲ ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ସୂଚୀରେ ଦିଲ୍ଲୀ, ପୁଡୁଚେରୀ ଓ ତ୍ରିପୁରା ଆଦି ରାଜ୍ୟଙ୍କୁ ସାମିଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.