ବଙ୍ଗୋପସାଗରରେ ଅବପାତ, ଉପକୂଳ ଆନ୍ଧ୍ରରେ ବିତ୍ପାତ ରଚିଛି ବର୍ଷା, ଅନେକ ସ୍ଥାନରେ ଜଳ ପ୍ରଳୟ

Published By : Prameya-News7 Bureau | November 18, 2021 IST

ନେଲ୍ଲୋର ୧୮।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରିତ ଲଘୁଚାପ ଗୁରୁବାର ଅବପାତର ରୂପ ନେଇଛି। ଫଳରେ ଉପକୂଳ ଆନ୍ଧ୍ରପ୍ରଦେଶର ବିସ୍ତୃତ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଏବେ ବନ୍ୟା ଭଳି ପରିସ୍ଥିତି ଉପୁଜିଥିବାର ସୂଚନା ଆସୁଛି। ରାଜ୍ୟର ନେଲୋର, ଚିତୁର ଓ କଡ୍ଡପା ଜିଲ୍ଲାରେ ସକାଳଠାରୁ ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ଏହି ସବୁ ଜିଲ୍ଲାର ନିମ୍ନାଞ୍ଚଳରେ ପାଣି ଭରିଯାଇଥିବା ଜଣାପଡିଛି।

wp:embed {"url":"https://twitter.com/Suraj_Suresh16/status/1461342082254000130","type":"rich","providerNameSlug":"twitter","responsive":true}
https://twitter.com/Suraj_Suresh16/status/1461342082254000130
/wp:embed

ଭୀଷଣ ବର୍ଷାରେ ଏବେ ନଦୀନାଳ ଉଛୁଳୁଥିବା ବେଳେ ପାଣି ସୁଅ ରାସ୍ତା ଉପରେ ଛୁଟିଛି। କେତେକ ସ୍ଥାନରେ ସଡକ ଭାସିଯିବା ଯୋଗୁ ଯୋଗାଯୋଗ  ବିଛିନ୍ନ ହୋଇଛି। ତିରୁପତି ସହରର କେତେକ ଅଞ୍ଚଳରେ ବର୍ଷାପାଣି ଏବେ ଲୋକଙ୍କ ଘରେ ପଶୁଥିବା ବେଳେ ଶ୍ରୀଭେଙ୍କଟେଶ୍ୱର ସ୍ୱାମୀଙ୍କ ମନ୍ଦିରକୁ ଯିବା ରାସ୍ତା ମଧ୍ୟ ବୁଡିଗଲାଣି। ବର୍ଷାରେ ଭେଙ୍କଟେଶ୍ୱରଙ୍କ ଦର୍ଶନ ଲାଗି ଯାଇଥିବା ତୀର୍ଥ ଯାତ୍ରୀ   ଫଶି ରହିଛନ୍ତି। ଏହି ରାସ୍ତାରେ ପାହାଡ ଅତଡା ଧସିବା ଏବେ ଆତଙ୍କର କାରଣ ପାଲଟିଛି।

{"id":546041,"width":839,"height":411,"sizeSlug":"full","linkDestination":"none"}

ନିଲୋର ଓ କଡ୍ଡପାରେ ବର୍ଷା ଯୋଗୁ ଉପୁଜିଥିବା ବନ୍ୟା ଭଳି ପରିସ୍ଥିତିର ଫଟୋ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସମୁଦ୍ରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଏବେ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଚେନ୍ନାଇରୁ ୧୫ କିଲୋମିଟର ଦୂରରେ ରହିଛି। ଏହା କ୍ରମଶଃ ଉତ୍ତରତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ମୁହାଁଇଛି। ସମ୍ଭବତଃ ଶୁକ୍ରବାର ସକାଳ ସୁଦ୍ଧା ଏହା ଚେନ୍ନାଇ ଓ ପୁଡୁଚେରୀ ମଧ୍ୟବର୍ତ୍ତି ଚେୟୁର ଓ କଳ୍ପକମ ଉପକୂଳ ଦେଇ ଭୂ-ଭାଗକୁ ପ୍ରବେଶ କରିପାରେ। ଏଣୁ ଏହା ଯେତିକି ଉପକୂଳକୁ ଆସୁଛି ବର୍ଷାର ପରିମାଣ ମଧ୍ୟ ବଢିବଢି ଚାଲିଥିବା ଆଞ୍ଚଳିକ ପାଣିପାଗ ବିଭାଗଙ୍କ ସୂଚନାରୁ ଜଣାପଡିଛି।

wp:embed {"url":"https://twitter.com/VizagWeather247/status/1461335478314012672","type":"rich","providerNameSlug":"twitter","responsive":true}
https://twitter.com/VizagWeather247/status/1461335478314012672
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.