ଆନ୍ଧ୍ରର ପିଟିସନ ସୁପ୍ରିମକୋର୍ଟରେ ଖାରଜ, ବାତିଲ୍‌ ହେବନି କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନ

Published By : Prameya-News7 Bureau | March 21, 2022 IST

ନୂଆଦିଲ୍ଲୀ, ୨୧/୦୩: ଆନ୍ଧ୍ରର ପିଟିସନ ସୁପ୍ରିମକୋର୍ଟରେ ଖାରଜ। ଆନ୍ଧ୍ର ପକ୍ଷରୁ କୋଟିଆ ଆନ୍ଧ୍ରର ବୋଲି ଆବେଦନ କରିଥିଲେ ସେଠାକାର ନିର୍ବାଚିତ ପ୍ରତିନିଧି। କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନରେ ବିଜୟୀ କୁନେତି କୁସେମା ବିରୋଧ କରିଥିଲେ । ଏନେଇ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ କୋର୍ଟରେ ରିଟ୍‌ ପିଟିସନ ଦାଖଲ କରି କୋଟିଆରେ ଓଡ଼ିଶା ନିର୍ବାଚନକୁ ବାତିଲ କରିବା ଏବଂ କୋଟିଆକୁ ଆନ୍ଧ୍ର ପ୍ରଦେଶର ବୋଲି ବିବେଚନା କରିବାକୁ ପିଟିସନରେ ଉଲ୍ଲେଖ କରିଥିଲେ । ଯାହାକୁ ଆଜି ଖାରଜ କରିଛନ୍ତି  ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ।

ପୂର୍ବରୁ କୋଟିଆ ବିବାଦକୁ ନେଇ ସୁପ୍ରିମକୋର୍ଟ ଯାଇଥିଲେ ରାଜ୍ୟ ସରକାର । ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଥିବା କୋଟିଆକୁ ଓଡିଶାର କରିବା ଲାଗି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ସମସ୍ୟାର ସମାଧାନ ନିମନ୍ତେ ସର୍ବପ୍ରଥମେ ସମ୍ବିଧାନର ଧାରା ୧୩୧କୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପ୍ରାର୍ଥନା କରିଥିଲେ । କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କରାଯାଉଥିବା କାର୍ଯ୍ୟକୁ ବନ୍ଦ କରିବା ପାଇଁ ମଧ୍ୟ ସରକାର ନିବେଦନ କରିଥିଲେ । ପୂର୍ବରୁ ଧାରା ୧୩୧ କାରଣରୁ ୨୦୦୬ରେ ଏହି ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କ ପିଟିସନକୁ ଖାରଜ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.