ବଜେଟ୍‌ରେ ସ୍ପେଶାଲ୍ ପ୍ୟାକେଜ୍ ମିଳିବା ପରେ ଆନ୍ଧ୍ର ଏବଂ ବିହାର ମୁଖ୍ୟମନ୍ତ୍ରୀ ଖୁସି, ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

Published By : Prameya-News7 Bureau | July 23, 2024 IST

ନୂଆଦିଲ୍ଲୀ: ବଜେଟ୍‌ରେ ଆନ୍ଧ୍ର ପ୍ରଦେଶ ଏବଂ ବିହାର ପାଇଁ ମୋଦୀ ସରକାର ଖଜଣା ଖୋଲିବେ କି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା । ଯାହା ଏବେ ସତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ଧ୍ର ପ୍ରଦେଶ ଏବଂ ବିହାର ଲୋକଙ୍କୁ ନିରାଶ କରିନାହାନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ବିହାର ଏବଂ ଆନ୍ଧ୍ର ପ୍ରଦେଶକୁ ଉପହାର ଭେଟି ଦେଇଛନ୍ତି । ଆନ୍ଧ୍ରକୁ ସ୍ପେଶାଲ ପ୍ୟାକେଜ୍ ମିଳିଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ପୁନର୍ଗଠନ ପାଇଁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରାଯିବ । ସେପଟେ ରାଜ୍ୟକୁ ସ୍ପେଶାଲ୍ ପ୍ୟାକେଜ ମିଳିବା ପରେ ସିଏମ୍ ଚନ୍ଦ୍ରବାବୁ ନାଇଡୁ ଖୁସି ବ୍ୟକ୍ତ କରିଛନ୍ତି । ବଜେଟ୍ ପରେ ସେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣକୁ ଧନ୍ୟବାଦ ଜଣାଇଛନ୍ତି ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି, 'ଆନ୍ଧ୍ର ପ୍ରଦେଶର ଲୋକଙ୍କ ତରଫରୁ ମୁଁ ପିଏମ୍ ମୋଦୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମ ରାଜ୍ୟର ଆବଶ୍ୟକତା ବୁଝି ଏବଂ ଆର୍ଥିକ ବର୍ଷ ୨୦୨୪-୨୫ କେନ୍ଦ୍ରୀୟ ବଜେଟରେ ରାଜଧାନୀ, ପୋଲାବରମ୍ ଏବଂ ଆନ୍ଧ୍ର ପ୍ରଦେଶରେ ପଛୁଆ କ୍ଷେତ୍ରରେ ବିକାଶ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି ।'


ସିଏମ୍ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ କେନ୍ଦ୍ରରୁ ଏହି ସମର୍ଥନ ଆନ୍ଧ୍ର ପ୍ରଦେଶର ପୁନର୍ଗଠନରେ ଏକ ଲମ୍ୱା ରାସ୍ତା ଅତିକ୍ରମ କରିବ । ଏହି ପ୍ରଗତିଶୀଳ ଏବଂ ଆତ୍ମବିଶ୍ୱାସ ବଢାଉଥିବା ବଜେଟ୍ ଉପସ୍ଥାପନା ପାଇଁ ଶୁଭେଚ୍ଛା ଜଣାଉଛି । ସେପଟେ ବିବାହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବଜେଟ୍ ଆବଣ୍ଟନରେ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ବିରୋଧୀ ଯାହା କହୁଛନ୍ତି, ସେମାନଙ୍କୁ କହିବାକୁ ଦିଅ । ବିଜେଟରେ ବିହାରକୁ ମିଳିଥିବା ଉପହାର ଉପରେ ସନ୍ତୋଷ ବ୍ୟକ୍ତ କରି ସେ କହିଛନ୍ତି ଯେ ଏବେ ସାହାଯ୍ୟ ମିଳିବା ଆରମ୍ଭ ହୋଇଛି ।

  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.