ଆନ୍ଧ୍ରପ୍ରଦେଶର ଟିଡିପି ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ ଗୁଳି କରି ହତ୍ୟାକଲେ ମାଓବାଦୀ
23/09/2018 at 4:20 PM

ଆନ୍ଧ୍ରପ୍ରଦେଶ ୨୩|୯: ଆନ୍ଧ୍ରପ୍ରଦେଶର ଟିଡିପି ବିଧାୟକ ଓ ଆଉ ଜଣେ ପୂର୍ବତନ ବିଧାୟକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ। ଏହା ସହିତ ମାଓବାଦୀମାନେ ଦୁଇ ନେତାଙ୍କ ଅଙ୍ଗରକ୍ଷୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଛନ୍ତି। ମାଲକାନଗିରି ସୀମାନ୍ତରେ ଏଭଳି ଘଟଣା ଘଟାଇଛନ୍ତି ମାଓବାଦୀମାନେ।
ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରେ ଆରକୁ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ କିଦାରି ସର୍ବେଶ୍ବର ରାଓ ଏବଂ ପୂର୍ବତନ ବିଧାୟକ ଶିବାରି ସୋମା ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତୋଟାଙ୍ଗୀ ପଞ୍ଚାୟତ ଲିପିଟିପୁଟ୍ଟୁକୁ ଯାଉଥିଲେ । ଏହି ସମୟରେ ୬୦ରୁ ଅଧିକ ମାଓବାଦୀ ତାଙ୍କ ଗାଡିକୁ ଅଟକାଇ ଆକ୍ରମଣ କରିଥିଲେ। ପରେ ଏହି ଉଭୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏଭଳି ବର୍ବର ହତ୍ୟାକାଣ୍ଡର ସୂଚନାପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛଦ ପାଇଁ ପଠାଇଛି । ତେବେ ଏ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କରିଛିପୋଲିସ ।