ନୂଆଦିଲ୍ଲୀ ୧୫।୦୫: ଆନ୍ଧ୍ରପ୍ରଦେଶରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି। ବାପାଟଲା ଜିଲ୍ଲାର ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ବୁଧବାର ଅର୍ଥାତ୍ମେ ୧୫ ଦିନ ସକାଳେ ସଡ଼କ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବାପାଟଲା ଠାରୁ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବସ୍ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଯାହାଫଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩୨ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
#WATCH | Andhra Pradesh: Six people died after a bus travelling from Chinnaganjam of Bapatla district to Hyderabad collided with a tipper lorry at Varipalem Donka of Chilkaluripet and bus and lorry caught fire. The injured were shifted to Guntur for further treatment:… pic.twitter.com/z3iDQ9jMG2
— ANI (@ANI) May 15, 2024
ଦକ୍ଷିଣ ରାଜ୍ୟରେ ଘଟିଥିବା ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ବସ୍ ନିଆଁରେ ଜଳୁଥିବା ଦେଖିବାକୁ ମିଳିଛି। ଧକ୍କା ହେତୁ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ବସ୍ ଏବଂ ଟ୍ରକ୍ ସଂପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଥିଲା। ଅନ୍ୟ ଏକ ଭିଡିଓରେ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ନିଆଁ ଲିଭାଉଥିବା ନଜର ଆସିଛନ୍ତି। ଲୋକମାନେ ଦାବି କରିଛନ୍ତି ଯେ ଭୋଟ୍ ଦେବା ପରେ ଲୋକମାନେ ବାପଟଲାରୁ ଫେରୁଥିଲେ।
ସଡ଼କ ଦୁର୍ଘଟଣା ସମୟରେ ୪୨ ଜଣ ବସ୍ରେ ଯାତ୍ରା କରୁଥିଲେ
ବାପଟଲା ଜିଲ୍ଲାର ଚିନ୍ନାଗଞ୍ଜମରୁ ହାଇଦ୍ରାବାଦ ଅଭିମୁଖେ ଏକ ଘରୋଇ ବସ୍ ଯାଉଥିଲା। ତା’ପରେ ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଚିଲକାଲୁରିପେଟ୍ ମଣ୍ଡଳ ନିକଟରେ ଏକ ଟ୍ରକ୍ ସହିତ ବସ୍ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ତୁରନ୍ତ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା। ଆହତମାନେ କହିଛନ୍ତି ଯେ ଦୁର୍ଘଟଣା ସମୟରେ ୪୨ ଜଣ ବସ୍ରେ ଯାତ୍ରା କରୁଥିଲେ। ରାଜପଥରେ ଏହି ଭୟଙ୍କର ଦୁର୍ଘଟଣାରେ ଟ୍ରକ ଏବଂ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ବସ୍ରେ ଯାତ୍ରା କରୁଥିବା ଅନ୍ୟ ଚାରି ଜଣ ମଧ୍ୟ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ୮ବର୍ଷର ବାଳିକା ମଧ୍ୟ ଥିଲେ। ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।