scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହାଇକୋର୍ଟରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ, ସାର୍ବଜାନୀନ ରାଲି ପାଇଁ ମିଳିଲା ଅନୁମତି

20/11/2023 at 6:39 PM

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ସୋମବାର ଦକ୍ଷତା ବିକାଶ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ଚନ୍ଦ୍ରବାବୁ ନାଇଡୁ ନଭେମ୍ୱର ୨୮ରେ ଅନ୍ତରୀଣ ଜାମିନରେ ବାହାରି ଥିଲେ । ଏହାସହ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ତେଲୁଗୁ ଦେଶମ ପାର୍ଟି ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କୁ ନଭେମ୍ୱର ୨୯ରୁ ସାର୍ବଜାନୀନ ରାଲି ଓ ବୈଠକ ଆୟୋଜନ କରିବା ଓ ଏଥିରେ ଭାଗ ନେବା ପାଇଁ ଅନୁମତି ଦେଇଛନ୍ତି ।

କୋର୍ଟ ଅକ୍ଟୋବର ୩୧ରେ ଚନ୍ଦ୍ରବାବୁ ନାଇଡୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ୪ ସପ୍ତାହର ଅନ୍ତରୀଣ ଜାମିନ ଦେଇଥିଲେ । ଚନ୍ଦ୍ରବାବୁ ନାଇଡୁଙ୍କୁ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶ ପୋଲିସର ସିଆଇଡି ଗିରଫ କରିଥିଲା । ଏହାପରେ ତାଙ୍କୁ ସେପ୍ଟେମ୍ୱର ୧୦ରୁ ରାଜମୁନ୍ଦରୀ ଜେଲରେ ରଖାଯାଇଥିଲା ।

ଚଳିତ ବର୍ଷ ମାର୍ଚ୍ଚରେ ସିଆଇଡି ଟିଡିପି ସରକାର ସମୟରେ ଏପିଏସଏସଡିସିରେ ୩,୩୦୦ କୋଟି ଟଙ୍କାର କତିଥ ଘୋଟାଲାର ତଦନ୍ତ ଆରମ୍ଭ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ଏପିଏସଏସଡିସିର ସ୍ଥାପନ ୨୦୧୬ରେ ଚନ୍ଦ୍ରବାବୁ ନାଇଡୁ ସରକାରରେ ହୋଇଥିଲା । ଏହାର ଉଦ୍ଦେଶ୍ୟ ରାଜ୍ୟର ବେରୋଜଗାର ଯୁବକଙ୍କ ଦକ୍ଷତା ଓ କୌଶଳ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ସଶକ୍ତ କରାଇବା ।

ଏହା ପୂର୍ବରୁ ଅକ୍ଟୋବର ୩୧ରେ କୋର୍ଟ ନିଜ ଆଦେଶରେ କହିଥିଲେ ଯେ ଚାରି ସପ୍ତାହ ପରେ ଚନ୍ଦ୍ରବାବୁଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ । ନାଇଡୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କେବଳ ହସ୍ପିଟାଲ ଯାଇପାରିବେ । ଏହା ବ୍ୟତୀତ ତାଙ୍କୁ ଅନ୍ୟ କୌଣସି ସ୍ଥାନକୁ ଯିବା ପାଇଁ ଅନୁମତି ଦିଆଯାଇ ନଥିଲା । ଏହାସହ ମିଡିଆ ଓ ରାଜନୀତିକ ଗତିବିଧିରେ ସାମିଲ ନହେବା ପାଇଁ ଆଦେଶ ହାଇକୋର୍ଟ ଆଦେଶ ଦେଇଥିଲେ ।

Also Read: ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ZOHO ସିଇଓ

   Related Posts