ଅମରାବତୀକୁ ରାଜଧାନୀ କରାଯିବା ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଲେ ଆନ୍ଧ୍ର ସରକାର, ଜାଣନ୍ତୁ କାହିଁକି

Published By : Prameya-News7 Bureau | September 17, 2022 IST

ନୂଆଦିଲ୍ଲୀ: ଅମରାବତୀକୁ ରାଜ୍ୟର ଏକ ମାତ୍ର ରାଜଧାନୀ କରିବା ମାମଲାରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ଆନ୍ଧ୍ର ପ୍ରଦେଶ ସରକାର। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଯାଚିକା ଦାଖଲ କରିଛନ୍ତି ଆନ୍ଧ୍ର ପ୍ରଦେଶ ସରକାର। ଉଲ୍ଲେଖନୀୟ ହାଇକୋର୍ଟଙ୍କ ନିଷ୍ପତ୍ତିକ୍ରମେ ଅମରାବତୀକୁ ଆନ୍ଧ୍ର ପ୍ରଦେଶର ଏକ ମାତ୍ର ରାଜଧାନୀ ଘୋଷିତ କରାଯାଇଥିଲା। ଏବେ ଏହି ନିଷ୍ପତ୍ତିକୁ ଆନ୍ଧ୍ର ପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ହାଇକୋର୍ଟ ମାର୍ଚ୍ଚ ୩ରେ ନିଷ୍ପତ୍ତି ଦେଇଥିଲେ ଯେ, ଅମରାବତୀକୁ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ ଘୋଷିତ କରାଯାଉ। କିନ୍ତୁ ରାଜ୍ୟ ସରକାର ସଂଶୋଧିତ ଯୋଜନା ଅନୁସାରେ ଆନ୍ଧ୍ର ପ୍ରଦେଶରେ ତିନୋଟି ରାଜଧାନୀ ସ୍ଥାପନ କରିବାକୁ ଚାହାନ୍ତି। ରାଜ୍ୟ ସରକାର ଅମରାବତୀ, ବିଶାଖାପାଟନମ ଏବଂ କୁରନୁଲ ମଧ୍ୟରେ ରାଜଧାନୀକୁ ବିଭାଜିତ କରିବାକୁ ଚାହାନ୍ତି।

ସୂଚନାଯୋଗ୍ୟ, ହାଇକୋର୍ଟ ମାର୍ଚ୍ଚ ୩ରେ ନିଜ ଆଦେଶରେ ନିର୍ଦ୍ଦେଶ ଦେଇଥିଲେ ଯେ, ରାଜ୍ୟ ସରକାରଙ୍କୁ ଛଅ ମାସ ଭିତରେ ଅମରାବତୀକୁ ରାଜଧାନୀ ସହର ଭାବେ ବିକଶିତ କରିବା ଉଚିତ୍। ହାଇକୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାଜ୍ୟ ସରକାର ରାଜଧାନୀ ଗଠନ ପାଇଁ କୃଷକ ଦେଉଥିବା ଜମିକୁ ତିନି ମାସ ଭିତରେ ବିକଶିତ କରାଯାଉ। ଏଥିରେ ସଡକ, ପାନୀୟ ଜଳ, ପ୍ରତ୍ୟେକ ଭୂଖଣ୍ଡ ପାଇଁ ବିଜୁଳି ଯୋଗାଣ, ଜଳ ନିଷ୍କାସନ ଆଦି ପ୍ରଦାନ କରାଯିବା ଉଚିତ୍ ବୋଲି ହାଇକୋର୍ଟ କହିିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.