ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ; ଟିଡିପି-ଜେଏସପି ମେଣ୍ଟର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତେଲୁଗୁ ଦେଶମ୍ ପାର୍ଟି ଓ ଜନ ସେନା ପାର୍ଟି ମିଳିତ ଭାବେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମେଣ୍ଟ ପକ୍ଷରୁ ୧୧୮ଜଣ ଆଶାୟୀ ପ୍ରାର୍ଥୀଙ୍କ ଲିଷ୍ଟ ଜାରି ହୋଇଛି ।  ୧୧୮ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠୁ ଅଧିକ ୯୪ଜଣ ପ୍ରାର୍ଥୀ ଟିଡିପିରୁ ରହିଛନ୍ତି । ମାତ୍ର ୨୪ଜଣ ଜନସେନା ପାର୍ଟିରୁ ନିର୍ବାଚନ ଲଢିବେ । ତେଲୁଗୁ ଦେଶମ୍ ପାର୍ଟିର ୯୪ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ଜଣ ନୂଆ ମୁହଁ ରହିଛନ୍ତି । ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ପ୍ରମୁଖ ପଓ୍ବାନ କଲ୍ୟାଣ ଶନିବାର ଅମରାବତୀରୁ ଏହି ଘୋଷଣା କରିଛନ୍ତି । ଆନ୍ଧ୍ର ପ୍ରଦେଶ ବିଧାନସଭାରେ ମୋଟ୍ ୧୭୫ ସିଟ୍  ରହିଛି । ସରକାର ଗଠନ ପାଇଁ ୮୮ଟି ବିଧାୟକଙ୍କ ବହୁମତ ଆବଶ୍ୟକ ।

wp:embed {"url":"https://www.prameyanews7.com/deal-aap-to-fight-on-4-delhi-seats-congress-on-3-seat/","type":"wp-embed","providerNameSlug":"prameya-news-7"}
https://www.prameyanews7.com/deal-aap-to-fight-on-4-delhi-seats-congress-on-3-seat/
/wp:embed

ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ଶୀଘ୍ର ହେବାକୁ ଯାଉଛି । ତେଗୁଲୁ ଦେଶମ୍ ପାର୍ଟି ଓ ଜନସେନା ପାର୍ଟି ଗଠବନ୍ଧନରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ଆସନ୍ତା ଜୁନ୍ ୧୧ ତାରିଖରେ ୨୦୨୪ରେ ଆନ୍ଧ୍ର ପ୍ରଦେଶ ବିଧାନସଭା କାର୍ଯ୍ୟାକାଳ ଶେଷ ହେବାକୁ ଯାଉଛି । ଗତ ଥର ୨୦୧୯ ଏପ୍ରିଲ୍ ମାସରେ ନିର୍ବାଚନ ହୋଇଥିଲା ।  ଏଥିରେ ଓ୍ବାଇଏସଆର୍ ପାର୍ଟି ସରକାର ଗଠନ କରିଥିଲା । ଜଗନମୋହନ ରେଡ୍ଡିଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.