ଜଟିଳ ହେଉଛି ଆନ୍ଧ୍ର-ଓଡିଶା ସୀମା ବିବାଦ: ସମ୍ବାଇରେ ରକ୍ତାକ୍ତ ସଂଘର୍ଷ, ସ୍ଥିତି ପରଖିବାକୁ ଆସନ୍ତାକାଲି କୋଟିଆ ଯିବେ ସାଂସଦ ସପ୍ତଗିରି ଉଲ୍ଲାକା

Published By : Prameya-News7 Bureau | December 02, 2020 IST

କୋରାପୁଟ ୦୨/୧୨ : ଜଟିଳ ହେଉଛି କୋରାପୁଟ ସୀମାନ୍ତରେ ପଡୋଶୀ ଆନ୍ଧ୍ର ସହ ସୀମା ବିବାଦ। ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ କବଜା କରିବା ଲକ୍ଷ୍ୟରେ ଅଛି ଆନ୍ଧ୍ର । ସମ୍ବାଇ ପଞ୍ଚାୟତର ସୁନାବେଡା ପରେ ଏବେ ଏହି ପଞ୍ଚାୟତର ଜାମୁଗୁଡା ଭିତରକୁ ପଶି ସୀମା ଏକ ତରଫା ଭାବେ ମାପିଛି ଆନ୍ଧ୍ରର ଜଙ୍ଗଲ ବିଭାଗ । ଯାହାକୁ ଓଡିଶା ସୀମାନ୍ତ ଲୋକେ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ମାରପିଟ ହୋଇଛି । ହେଲେ ଓଡିଶା ଲୋକେ ଆନ୍ଧ୍ରର ୪ ଜଣଙ୍କୁ କାବୁକରି ପୋଲିସ ଜିମା ଦେଇଛନ୍ତି । ସେପଟେ ସ୍ଥିତି ପରଖିବା ପାଇଁ ଆସନ୍ତାକାଲି କୋରାପୁଟ ସାଂସଦ ସେଠାକୁ ଯିବାକୁ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସେଠାକୁ ନଯିବାକୁ ଆଡଭାଇଜରି ଜାରି କରିଛି ସ୍ଥାନୀୟ ପ୍ରଶାସନ ।

{"id":371494,"sizeSlug":"large"}

ଆନ୍ଧ୍ର ଓଡ଼ିଶର ସୀମା ବିବାଦକୁ ନେଇ କୋରାପୁଟ ସମ୍ବାଇ ଜାମୁଗୁଡା ଅଞ୍ଚଳରେ ସୃଷ୍ଟି ହୋଇଛି ରକ୍ତାକ୍ତ ସଂଘର୍ଷ । ଓଡିଶା ଲୋକେ ଆନ୍ଧ୍ର ଲୋକଙ୍କ ମଧ୍ୟରେ ହୋଇଛି ମାରପିଟ । ଓଡିଶା ସମ୍ବାଇ ଜାମୁଗୁଡା ଭିତରକୁ ପଶିଆସି ଆନ୍ଧ୍ର ଜଙ୍ଗଲ ବିଭାଗ ଏକ ତରଫା ଭାବେ ସୀମା ମାପିଥିଲା ।ସୀମାରେ ଥିବା ଆନ୍ଧ୍ର ଲୋକଙ୍କ ପକ୍ଷରୁ ସେମାନଙ୍କୁ ସମର୍ଥନ ମିଳିଥିଲା । ହେଲେ ଆନ୍ଧ୍ରର ଏଭଳି ମନମାନିକୁ ବିରୋଧ କରିଥିଲେ ସୀମରେ ଥିବା ଓଡିଶା ବାସିନ୍ଦା । ଫଳରେ ଆନ୍ଧ୍ର ବାସିନ୍ଦାଙ୍କ ସହ ସେମାନଙ୍କର କଥା କଟାକଟି ଓ ପରେ ମାରପିଟ ହୋଇଥିଲା । ପରେ ଆନ୍ଧ୍ରର  ୪ ଜଣଙ୍କୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି ସମ୍ବାଇ ବାସିନ୍ଦା । ସମ୍ବାଇର ସୁନାବେଡା ପରେ ଜାମୁଗୁଡା ଭିତରକୁ ବି ଆନ୍ଧ୍ର ପଶିଆସି ଦେଢ ଶହରୁ ଉର୍ଦ୍ଧ୍ବ ଏକର ଚାଷ ଜମି ନିଜ ଦଖଲକୁ ନେଇଛି।

{"id":371496,"sizeSlug":"large"}

ମିଳିତ ସୀମା ନିର୍ଦ୍ଧାରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସହମତି ହୋଇନଥିବା ବେଳେ ଆନ୍ଧ୍ର ସେଠାରେ ଦାଦାଗିରି ଆରମ୍ଭ କରିଦେଇଛି । ସୀମା ବିବାଦ ତୁଟାଇବା ପାଇଁ କୋରାପୁଟ ଜିଲ୍ଲାପାଳ ଚିଠି ଲେଖିଥିଲେ ବି ଉତ୍ତର ଦେବା ବଦଳରେ ଜୋରଜାର ମୂଲକ ନୀତି ଆପଣାଇଛି ଆନ୍ଧ୍ର ପ୍ରଦେଶ । ତୁରନ୍ତ ଏହି ବିବାଦ ର ସମାଧାନ କରାନଗଲେ ଆଗକୁ ସ୍ଥିତି ଆହୁରି ବିଗିଡିବାର ସମ୍ଭାବନା ରହିଛି । ଦୁଇ ରାଜ୍ୟ ସରକାର ଆଲୋଚନା ମାଧ୍ୟମରେ ତୁରନ୍ତ ସୀମା ବିବାଦ ସମାଧାନ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

{"id":371495,"sizeSlug":"large"}

ସୀମା ବିବାଦ ମଧ୍ୟରେ ସ୍ଥିତି ପରଖିବା ସହ ଉନ୍ନୟନ ମୂଳକ କାମର ସମୀକ୍ଷା ପାଇଁ ଆସନ୍ତାକାଲି କୋଟିଆ ଯିବାରୁ ସ୍ଥିର କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ।ହେଲେ ସେଠାକୁ ସୁରକ୍ଷା ଦୃଷ୍ଟି କୋଣରୁ ନଯିବାକୁ ଆଡଭାଇଜରି ଜାରି କରିଛି ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ସାଂସଦ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଠାରୁ ସୁରକ୍ଷା ଲୋଡିଛନ୍ତି। କୋଟିଆକୁ ସାଂସଦ ପୋଷ୍ୟ ଗ୍ରାମ୍ୟ ଭାବେ ଗ୍ରହଣ କରିଥିବାରୁ ଯେକୌଣସି ପରିସ୍ଥିତି ରେ ବି ସେଠାକୁ ଯିବେ ବୋଲି ଟ୍ବିଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.