ପୁଣିଥରେ କୋଟିଆରେ ପଶି କାର୍ଯ୍ୟକ୍ରମ କଲା ଆନ୍ଧ୍ର, ବୁଲି ବୁଲି କଲା ଟିକାକରଣ

Published By : Prameya-News7 Bureau | August 25, 2021 IST

କୋରାପୁଟ, ୨୫/୦୮: କୋରାପୁଟ ଜିଲ୍ଲାରେ କୋଟିଆ ପଞ୍ଚାୟତକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । କିଛି ଦିନ ତଳେ ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତରେ ସର୍ବ ଦଳୀୟ ଶକ୍ତି ପ୍ରଦର୍ଶନ ପରେ ଆନ୍ଧ୍ର ଅଧିକାରୀ ମାନେ ଅଧିକ ସକ୍ରିୟ ହୋଇପଡିଛନ୍ତି । କରୁଛନ୍ତି ନିଜ ମନମାନି ପ୍ରତିଦିନ ଆସୁଛନ୍ତି କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମ। କେତେବେଳେ କୃଷକ ବନ୍ଧୁ ଗୃହର ଭୂମିପୁଜନ ତ କେତେବେଳେ ଚାରା ବାଣ୍ଟୁଛି ଆନ୍ଧ୍ର। ତିନିଦିନ ତଳେ ପାର୍ବତୀ ପୁରମ ଆଇଟିଡିଏ ସରକାରୀ କର୍ମଚାରୀ ସହ ଆସି ମିନି ସ୍ଵାସ୍ଥ୍ୟ କେନ୍ଦ୍ର ପାଇଁ ଜାଗା ଚିହ୍ନଟ କରି ଫେରିଛନ୍ତି ।

ତେବେ ଆଜି ପୁଣି କୋଟିଆରେ ଆନ୍ଧ୍ର ତରଫରୁ ତଳସେମ୍ବି, ଉପରସେମ୍ବି, ଗଞ୍ଜେଇ ପଦରରେ ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ୪୦୦ ଗୋରୁ ଗାଈଙ୍କୁ ଚିକିତ୍ସା କରିଥିବା ବେଳେ ୩୦୦ରୁ ଉର୍ଦ୍ଧ୍ବ ଗାଇକୁ ଟିକା କରଣ କରିଛି । ଗତ ୧୬ ତାରିଖ ଦିନ କୋଟିଆର ଫାଟୁସିନେରିରେ କଡା ବିରୋଧ କରାଯାଇଥିଲା । ଓଡ଼ିଶାର ତିବ୍ର ବିରୋଧ ପରେ ବିଚଳିତ ହୋଇଛି ଆନ୍ଧ୍ର । ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ପୂରଣ କରିବାକୁ ବିଭିନ୍ନ ରଣନିତି ପ୍ରସ୍ତୁତ କରୁଛି ଆନ୍ଧ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.