ପୁଣି କୋଟିଆରେ ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ୍; ସ୍ୱାସ୍ଥ୍ୟ ଶିବିର କରିବାକୁ କରିଥିଲେ ଅନୁପ୍ରବେଶ
2/12/2022 at 11:01 PM

କୋରାପୁଟ ୦୨/୧୨: ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ। ଗୋଟିଏ ପଟେ କୋରାପୁଟ ଜିଲ୍ଲାପାଳ କୋଟିଆ ଗସ୍ତ କରୁଥିବା ବେଳେ ଅନ୍ୟପଟେ ଆନ୍ଧ୍ରର ସ୍ୱାସ୍ଥ୍ୟଟିମ ଆସି ପହଞ୍ଚିଲେ କୋଟିଆ। କୋଟିଆ ପଞ୍ଚାୟତର ମୁଖ୍ୟାଳୟ ସହ ଗଞ୍ଜେଇପଦରରେ ସ୍ୱାସ୍ଥ୍ୟ ଶିବିର କରିବାକୁ ପହଞ୍ଚିଲେ ଆନ୍ଧ୍ରର ଏକ ସ୍ୱାସ୍ଥ୍ୟ ବିଭାଗ ଟିମ୍।
ଓଡ଼ିଶା ପ୍ରଶାସନିକ ଅଧିକାରୀ ଓ ଆନ୍ଧ୍ର ସ୍ଵାସ୍ଥ୍ୟ ଅଧିକାରୀ କୋଟିଆ ଗଞ୍ଜେଇପଦରରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଓଡ଼ିଶା ମାଟିରେ ଆନ୍ଧ୍ରର ସ୍ୱାସ୍ଥ୍ୟ ଶିବିରକୁ ନେଇ ବ୍ଳକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଢ଼ ବିରୋଧ। ବହୁ ଘଣ୍ଟା ଯୁକ୍ତିତର୍କ ପରେ ପଛଘୁଞ୍ଚା ଦେଲେ ଆନ୍ଧ୍ର ସ୍ଵାସ୍ଥ୍ୟଅଧିକାରୀ ସହ ଟିମ୍।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023