ନିର୍ବାଚନ ପୂର୍ବରୁ ବଢୁଛି ଆନ୍ଧ୍ରର ଅନୁପ୍ରବେଶ, କୋଟିଆରେ ପିଲାଙ୍କୁ ଖୁଆଇଲା ପୋଲିଓ ବୁନ୍ଦା

Published By : Prameya-News7 Bureau | March 04, 2024 IST

ପଟାଙ୍ଗୀ ୦୪/୦୩: ନିର୍ବାଚନ ପାଖେଇ ଆସିବା ଦେଖି ଆନ୍ଧ୍ରର ଅନୁପ୍ରବେଶ ବାରମ୍ବାର ବଢ଼ିବାରେ ଲାଗିଛି । ବିଗତ ଦିନରେ ଆନ୍ଧ୍ର ପୋଲିସ ପ୍ରଶାସନ ଅନୁପ୍ରବେଶ କରୁଥିବା ବେଳେ ପୁଣି ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ମଧ୍ୟ ଅନୁପ୍ରବେଶ କରି ଛୋଟ ଛୁଆଙ୍କୁ ପୋଲିଓ ବୁନ୍ଦା ଖୁଆଇଛି ।

ସୂଚନାଥାଉକି, କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଥା ଆନ୍ଧ୍ରର ଗଞ୍ଜେଇପଦର୍ ସଚିବାଳୟ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇଛି । ଆନ୍ଧ୍ର ଉପର ଶେମ୍ବୀ ଗ୍ରାମର ଆନ୍ଧ୍ର ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ସେଠାରେ ତୋନମ୍ ସି ଏଚ ସି ଅନ୍ତର୍ଗତ ଡି ଏମ୍ ଏଚ ଓ ଅଧିକାରୀ ସିବାକୁମାର ଓ କର୍ମଚାରୀ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆ ଯାଇଥିବା ନେଇ ଜଣାପଡ଼ିଛି ।

ବିଗତ କିଛିଦିନ ମଧ୍ୟରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ଜାରି ରଖିଥିବା ଦେଖିବାକୁ ମିଳିଛି । ଗତ ୨୭ ତାରିଖ ଦିନ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲାର ଏସପି ବିକ୍ରାନ୍ତ ପାଟିଲଙ୍କ ଅଧକ୍ଷତାରେ ସାଲୁରୁ ପୋଲିସ ଜନ ସମ୍ପର୍କ ଶିବିରର ଆୟୋଜନ କରିଥିଲା । ପୋଲିସ ଯୁବକମାନଙ୍କୁ ଛତା, ରାସନ ଏବଂ ଭଲିବଲ୍ କିଟ୍ ଆଦି ବଣ୍ଟନ କରିଥିଲା ।

wp:embed {"url":"https://www.prameyanews7.com/road-strike-for-12-hour-by-laxmipur-biskash-pasrisad/","type":"wp-embed","providerNameSlug":"prameya-news-7"}
https://www.prameyanews7.com/road-strike-for-12-hour-by-laxmipur-biskash-pasrisad/
/wp:embed

କବାଡି, ଭଲିବଲ ପ୍ରତିଯୋଗିତା ମଧ୍ୟ ଆୟୋଜନ କରିଅଛି। ଏବଂ ଲୋକଙ୍କୁ ଆନ୍ଧ୍ର ମୁହାଁ କରିବା ନିମନ୍ତେ ଭୋଜି ମଧ୍ୟ ଆୟୋଜନ କରିଥିଲା।ପୁଣି ଗତ ୧ ରିଖ ଦୀନ ପାର୍ବତୀପୁରମ୍ ମାନିଆଏମ୍ ଜିଲ୍ଲା ପୋଲିସ୍ ଅଧୀକ୍ଷକ ବିକ୍ରାନ୍ତ ପାଟିଲ୍ ନେରେଡିୱାଲାସା, ମାଡକାର୍, ଉପରସେମ୍ବୀ ଏବଂ ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ । ସେ ସାଲୁରୁ ଗ୍ରାମୀଣ ପୋଲିସ୍ ଷ୍ଟେସନ ଅଧିକାରୀଙ୍କୁ ଆଗାମୀ ଆନ୍ଧ୍ର ପ୍ରଦେଶ ର ନିର୍ବାଚନ ନେଇ ମତଦାନ କେନ୍ଦ୍ର ନିମନ୍ତେ ଯାଞ୍ଚ କରି ଫେରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.