୮ ବର୍ଷ ହେଲା କ୍ଷତି ସହୁଥିଲେ, ଏବେ ଟମାଟୋ ବିକି କୋଟିପତି

Published By : Prameya-News7 Bureau | July 31, 2023 IST

ନୂଆଦିଲ୍ଲୀ ୩୧।୦୭: ଏବେ ବଜାରରେ ଟମାଟର ବେଶ୍ ଚାହିଦା । ଟମାଟ ଦାମ୍‌କୁ ନେଇ ଚାରିଆଡେ ଚର୍ଚ୍ଚା । କେଉଁଠି ଟମାଟୋ କିଲୋ ୨୦୦ ଟପିଲାଣି ତ ଆଉ କେଉଁଠି ୩୦୦ । ବଜାରରେ ଟାମାଟୋର ଅଭାବ ଏବଂ ବର୍ଷା ଯୋଗୁ ଚାଷୀଙ୍କ ପାଖରେ ଟମାଟୋ ନଥିବାରୁ ହୁ ହୁ ହୋଇ ବଢୁଛି ଦର । ଦାମ୍ ଅଧିକ ଯୋଗୁଁ ଗ୍ରାହକଙ୍କୁ ଟମାଟୋ କିଣିବା କଷ୍ଟକର ହେଉଥିବା ବେଳେ ଚାଷୀ କିନ୍ତୁ ହେଉଛନ୍ତି ମାଲେମାଲ୍ । ଏହା ପୂର୍ବରୁ ଅନେକ ଖବର ମଧ୍ୟ ସାମ୍ନାକୁ ଆସିଛି, ଏବେ ସେହିଭଳି ଏକ ଖବର ଆସିଛି ଆନ୍ଧ୍ରରୁ । ଟମାଟୋ ଚାଷ କରି ଜଣେ ଚାଷୀ ହୋଇଛନ୍ତି କୋଟିପତି ।  ବ୍ୟବସାୟୀ ଜଣକ ଟମାଟୋ ବିକ୍ରି କରି ରୋଜଗାର କରିଛନ୍ତି ୪ କୋଟି ଟଙ୍କା । ତାହା ପୁଣି ମାତ୍ର ୪୫ ଦିନରେ ।

{"id":824346,"sizeSlug":"full","linkDestination":"none"}

ଚାଷୀ ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର । ଟମାଟୋ ବିକ୍ରି କରି ୪୫ ଦିନରେ ରୋଜଗାର କରିଛନ୍ତି ୪ କୋଟି ଟଙ୍କା । ଯାହାକୁ ଶୁଣିବା ପରେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ବିଗତ ୪୮ ବର୍ଷ ଧରି ଚାଷ କାମକରି ଆସୁଛନ୍ତି ତାଙ୍କ ପରିବାର । କିନ୍ତୁ କେବେ ବି ଚାଷରୁ ଏତେ ଲାଭ ପାଇପାରିନାହାନ୍ତି ପୂରା ପରିବାର । ଯାହା ବର୍ତ୍ତମାନ ଟମାଟୋ ଚାଷ ତାଙ୍କୁ ଦେଇଛି । ଗତବର୍ଷ ଟମାଟୋର ମୂଲ୍ୟହ୍ରାସ ଯୋଗୁ ତାଙ୍କର ବିପୁଳ କ୍ଷତି ଘଟିଥିଲା । ବିହନ, ସାର, ଶ୍ରମ, ପରିବହନ, ବିପଣନ ଆଦି ବାବଦରେ ସେ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ମୂଲ୍ୟ ହ୍ରାସ ଯୋଗୁ ତାଙ୍କୁ ବହୁ କ୍ଷତି ସହିବାକୁ ପଡିଥିଲା । କିନ୍ତୁ ଚଳିତବର୍ଷ ମୂଲ୍ୟ ଉଚ୍ଚା ଥିବାରୁ ସେ ଆଶାଠାରୁ ବେଶ୍‌ ଅଧିକ ଉପାର୍ଜନ କରିଛନ୍ତି ।

{"id":824347,"sizeSlug":"full","linkDestination":"none"}

ମୁରଲୀଙ୍କ କହିବା ଅନୁସାରେ ବଜାରରେ ଟମାଟୋ ଦର ଅଧିକ ରହିଛି ଏବଂ ଟମାଟୋରୁ ଭଲ ଲାଭ ପାଇବା ପାଇଁ ସେ ଘରଠାରୁ ୧୩୦ କିଲୋମିଟର ଯାଇ ବ୍ୟବସାୟ କରିଥିଲେ । ଯାହା ତାଙ୍କୁ ଲାଭ ଦେଇଛି । ହେଲେ ଗତ ୮ ବର୍ଷ ଧରି ସେ ଟମାଟୋ ଚାଷ କରିଥିଲେ ମଧ୍ୟ ଏପରି କେବେ ହୋଇନଥିଲା । ମୁରଲୀଙ୍କ ପରିବାରର ପୂର୍ବରୁ ୧୨ ଏକର ଜାଗା ରହିଥିଲା । ପରେ ସେ ଆଉ ୧୦ ଏକର ଜମି କିଣିଥିଲେ । ମୋଟ ୨୨ ଏକର ଜମିରେ ସେ ଟମାଟୋ ଚାଷ କରୁଛନ୍ତି । ସେ ପ୍ରାୟ ୩୫ ଥର ଫସଲ ଅମଳ କରିସାରିଲେଣି । ଆହୁରି ୧୫-୨୦ ଥର ଅମଳ କରିବେ ବୋଲି ଆଶା ରଖିଛନ୍ତି । ନିଜ ଗ୍ରାମରେ ଆହୁରି ୨୦ ଏକର ଜମି କିଣିବେ ଏବଂ ସେଠାରେ ଆଧୁନିକ ପଦ୍ଧତିରେ ଚାଷ କରିବେ ବୋଲି ମୁରଲୀ କହିଛନ୍ତି ।

You Can Read:

wp:embed {"url":"https://www.prameyanews7.com/farmer-became-rich-by-selling-tomatoes-in-maharashtra/","type":"wp-embed","providerNameSlug":"prameya-news-7"}
https://www.prameyanews7.com/farmer-became-rich-by-selling-tomatoes-in-maharashtra/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.