କୋଟିଆ ଆସିବେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ, ଗସ୍ତ ପୂର୍ବରୁ ମାଟି ପକାଇ ରାସ୍ତା ଅବରୋଧ
1/05/2023 at 10:49 AM

ଜୟପୁର ୦୧/୦୫: ଆଜି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପି ରାଜନ୍ନା ଦୋରାଙ୍କ କୋଟିଆ ଗସ୍ତ କାର୍ଯ୍ୟକ୍ରମ । କୋଟିଆ ପଂଚାୟତର ଫାଟୁସିନେରୀ ଓ ଫଗୁଣସେନେରୀ ଗସ୍ତ କରିବେ। ଆନ୍ଧ୍ର ସରକାରଙ୍କ ଦ୍ୱାରେ ଦ୍ୱାରେ ମୋ ସରକାର ଯୋଜନାକୁ ଆରମ୍ଭ କରିବେ ।
ତେବେ ଏହି ଗସ୍ତ ପୂର୍ବରୁ ଫାଟୁସିନେରୀ ଓ ଫଗୁଣସେନେରୀକୁ ସଂଯୋଗ କରୁଥିବା ରାସ୍ତା ମାଡକାର ନିକଟରେ ମାଟି ପକାଇ ରାସ୍ତା ଅବରୋଧ । ରାସ୍ତା କିଏ ଅବରୋଧ କରିଛି ସ୍ପଷ୍ଟ ହୋଇନି। ତେବେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଓଡିଶା ପ୍ରଶାସନିକ ଅଧିକାରୀ, ପୋଲିସ ଓ ମିଡିଆର ପ୍ରବେଶ ରୋକିବାକୁ ଆନ୍ଧ୍ର ଏଜେଣ୍ଟ ଏପରି କରିଥିବା ସନ୍ଦେହ ।
Related Posts
ହକି ଇଣ୍ଡିଆ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ : ହକି ଓଡ଼ିଶା ତଥା ରାଜ୍ୟ ସଂଘକୁ ଅଣଦେଖା
30 September 2023