ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ କୋଟିଆ ଗସ୍ତ, ସୀମାନ୍ତରେ ପାଳିଲେ ଖ୍ରୀଷ୍ଟମାସ, ପ୍ରଶାସନ ପାଖରେ ନାହିଁ ସୂଚନା
25/12/2022 at 8:20 PM

କୋରାପୁଟ: ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ କୋଟିଆ ଗସ୍ତ। ସୀମାନ୍ତ ତାଡ଼ି ବାଲସା ଗସ୍ତ କରିଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା। ସ୍ଥାନୀୟ ଲୋକଙ୍କ ସହ ପାଳିଛନ୍ତି ଖ୍ରୀଷ୍ଟମାସ। ଆନ୍ଧ୍ର ସରକାର ଆଦିବାସୀ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । କୋଟିଆରେ ଶିକ୍ଷାର ବିକାଶ କେବଳ ଆନ୍ଧ୍ର ସରକାର କରିପାରିବ। ସେଥିପାଇଁ ଆନ୍ଧ୍ର ଜଗନ୍ନ ସରକାର ବେଶ୍ ଯତ୍ନବାନ ଥିବା ତାଡିବାଲସାରେ ନିଜ ଭାଷଣରେ କହିଛନ୍ତି ଆନ୍ଧ୍ର ଉପ ମୁଖ୍ୟ ମନ୍ତ୍ରୀ ରାଜନ୍ନା ଦୋରା। ରାଜନ୍ନା ଦୋରା ଗସ୍ତ ସମୟରେ ଆନ୍ଧ୍ର ପ୍ରଦେଶର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ କୈାଣସି ସୂଚନା ନଥିବା ଦେଖିବାକୁ ମିଳିଛି।
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023