କେବେ ସୁଧୁରିବ ଆନ୍ଧ୍ର ? କୋଟିଆରେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା

Published By : Prameya-News7 Bureau | June 21, 2022 IST

କୋରାପୁଟ ୨୧।୦୬: କେବେ ସୁଧୁରିବ ଆନ୍ଧ୍ର ? ବାରମ୍ବାର ତାଗିଦ ଓ ବିରୋଧ ପରେ ବି ସୁଧୁରୁନି ଆନ୍ଧ୍ର । କେତେବେଳେ ନେତା  ତ ଆଉ କେତେବେଳେ ଅଫିସର କୋଟିଆ ପ୍ରବେଶ କରୁଛନ୍ତି । ଆଉ କୋଟିଆ ଲୋକଙ୍କୁ ନିଜ ଆଡକୁ ଟାଣିବା ପାଇଁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଉଛନ୍ତି । କିନ୍ତୁ ଏବେ ଅଫିସର କି ମନ୍ତ୍ରୀ ନୁହେଁ, ବରଂ  ଆନ୍ଧ୍ରର ଉପ-ମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା କୋଟିଆ ଗସ୍ତ କରିଛନ୍ତି ।  

{"id":645090,"sizeSlug":"full","linkDestination":"none"}

ଖବର ଅନୁଯାୟୀ, କୋଟିଆ ହାତେଇବାକୁ ନେଇ ଆନ୍ଧ୍ରର ପୁଣି ନୁଆ ଚାଲାକି। କୋଟିଆ ତାଡିବାଲସା ଗ୍ରାମକୁ ଗସ୍ତ କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ କରିଛନ୍ତି ଆଲୋଚନା। ସେପଟେ ଆନ୍ଧ୍ରର ଉପ ମୁଖ୍ୟମନ୍ତ୍ରୀଙ୍କ କୋଟିଆ ଗସ୍ତକୁ ତିବ୍ର ବିରୋଧ କରିଛନ୍ତି ପଟାଙ୍ଗି ବିଧାୟକ ପିତମ ପାଢ଼ୀ । କୋଟିଆକୁ ଗୁପ୍ତରେ ଗସ୍ତ ନକରି ସ୍ପଷ୍ଟ ଦିବାଲୋକରେ ଆସିବାକୁ କହିଛନ୍ତି ବିଧାୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.