ବିଜେପି ନେତାଙ୍କୁ ଛୁରି ଭୁସି ହତ୍ୟା; ତଦନ୍ତ ଦାବି କଲା ଦଳ

Published By : Prameya-News7 Bureau | January 08, 2023 IST

ହାଇଦ୍ରାବାଦ: ଅତି ନୃଶଂସ ଭାବେ ବିଜେପି ନେତାଙ୍କ ହତ୍ୟା। ଆନ୍ଧ୍ର ପ୍ରଦେଶର କୁର୍ନୋଲ୍‌ରେ ଏଭଳି ଦୁର୍ଘଟଣା ଘଟିଛି। ଶାସକ ଦଳର ଜଣେ ସଦସ୍ୟ ତାଙ୍କୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ପାର୍ଟି ଯୁବଜନ ଶ୍ରମିକ ରାଇଥୁ କଂଗ୍ରେସ ପାର୍ଟିର ଜଣେ ସଦସ୍ୟ ହତ୍ୟା କରିଥିବା ମୃତ ବିଜେପି ନେତାଙ୍କ ପତ୍ନୀ ସୂଚନା ଦେଇଛନ୍ତି।

ମୃତ ବ୍ୟକ୍ତି ଜଣଙ୍କ ହେଲେ ୩୮ ବର୍ଷୀୟ ଇଦିଗା ଶିବକୁମାର ଗଉଡଷ ସେ ୪ ମାସ ତଳେ ୱାଇଏସ୍‌ଆର୍‌ପିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଶନିବାର ସନ୍ଧ୍ୟାରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କୁ ଅତି ନିର୍ମମ ଭାବେ ଛୁରି ଭୁସି ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଦଳରେ ମତଭେଦ ଥିବାରୁ ଗଉଡ଼ ୱାଇଏସ୍‌ଆର୍‌ପିରୁ ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ। ସେବେଠାରୁ ବିଜେପି ପାଇଁ ସକ୍ରିୟ ହୋଇ କାମ କରୁଥିଲେ।

ଶିବକୁମାର ଗଉଡ଼ଙ୍କର ପତ୍ନୀ ସହ ୪ ଝିଅ ଓ ଗୋଟି ପୁଅ ଅଛନ୍ତି। ଏକ ହତ୍ୟା ଉଦ୍ୟମ ମାମଲାରେ ତାଙ୍କ ନାଁ ଆସିଥିଲା। ତେବେ ଏଭଳି ଦୁର୍ଘଟଣା ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି। ଆନ୍ଧ୍ର ପ୍ରଦେଶ ସାଧାରଣ ସଚିବ ବିଷ୍ଣୁ ବର୍ଦ୍ଧନ ରେଡ୍ଡୀ କହିଛନ୍ତି ଯେ ଗତ କିଛିଦିନ ହେଲା କୋଥାଲାମ ଗାଁରେ ରାଜନୈତିକ ଅସନ୍ତୋଷ ତେଜୁଥିଲା। ତେବେ ପୁଲିସ କୋହଳ ଯୋଗୁ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି। ଏହି ହତ୍ୟାଘଟଣାର ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.