ନକ୍ସଲ ହେବେ ନିପାତ: ଓଡିଶା ଓ ଆନ୍ଧ୍ର ପୋଲିସର ମିଳିତ ରଣନୀତି , ଭେଟିଲେ ଦୁଇ ରାଜ୍ୟର ଡିଜି
5/10/2018 at 8:10 PM

ଭୁବନେଶ୍ବର ୫|୧୦: ମାଓବାଦୀଙ୍କୁ ସମ୍ପୁର୍ଣ୍ଣ ଦମନ କରିବା ପାଇଁ ଆନ୍ଧ୍ର ଓ ଓଡିଶାର ପୋଲିସ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଭୁବନେଶ୍ବରରେ ଡିଜିଙ୍କ କ୍ୟାମ୍ପ ଅଫିସରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ସେପଟେ ବାଲିଗୁଡା ଗାଡିମାସ୍କା ଜଙ୍ଗଲରେ ମାଓକ୍ୟାମ୍ପ ଠାବ କରିଛି ପୋଲିସ ।
ମାଓବାଦୀଙ୍କ ବିରୋଧରେ ହେବ ଆନ୍ଧ୍ର ଓଡ଼ିଶାର ମିଳିତ ଅପରେସନ । ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସରେ ଏକାଠି ହୋଇଛନ୍ତି ଦୁଇ ରାଜ୍ୟର ପୋଲିସ ଡିଜି। ଓଡ଼ିଶା ପୋଲିସ ଡିଜି ଆର. ପି . ଶର୍ମା ଓ ଆନ୍ଦ୍ରପ୍ରଦେଶର ପୋଲିସ ଡିଜି ଆର. ପି. ଠାକୁରଙ୍କ ନେତୃତ୍ବରେ ଦୁଇ ରାଜ୍ୟର ପୋଲିସ ଅଧିକାରୀ ମିଳତ ଆଲୋଚନା କରିଛନ୍ତି। ନିକଟରେ ମାଓବାଦୀମାନେ ବିଶାଖାପାଟଣାରେ ଜଣେ ବିଧାୟକ ଏବଂ ଜଣେ ପୂର୍ବତନ ବିଧାୟକଙ୍କୁ ହତ୍ୟା କରିଥିଲେ। ଏହାପରେ ମାଓବାଦୀମାନେ ଓଡ଼ିଶା ଚାଲିଆସିଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ମାଓବାଦୀଙ୍କ ବିରୋଧରେ କେମିତି ଅପରେସନକୁ ଜୋରଦାର କରାଯାଇପାରିବ ସେନେଇ ଚାଲିଛି ବିଚାରବିମର୍ଶ। ଏହାଛଡ଼ା ଓଡ଼ିଶାରେ ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହୋଇଛନ୍ତି । ଅନେକ ମାଓ କ୍ୟାଡର ଜେଲରେ, ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି। ଏହି ସଫଳତା ମଧ୍ୟ ଆନ୍ଧ ସହିତ ବାଣ୍ଟିବ ଓଡ଼ିଶା ବାଇଟ-
ସେପଟେ ଏହି ବୈଠକ ବସିବା ପୁର୍ବରୁ ଶୁକ୍ରବାର ସକାଳେ କନ୍ଧମାଳ ଥାନା ବାଲିଗୁଡାର ଖମାଣଖୋଲ ଗାଡିମାସ୍କା ଜଙ୍ଗଲରେ ମାଓକ୍ୟାମ୍ପ ଠାବ କରିଛି ପୋଲିସ । ଶୁକ୍ରବାର ସକାଳୁ ସକାଳୁ ଏସଓଜି ଓ ଡିଭିଏଫର ମିଳିତ ଚଢାଉ କରାଯାଇ ବ୍ୟାପକ ମାଓ ପୋଷ୍ଟର , ଔଷଧ , ପୋଷାକ , ମୋବାଇଲ , ଯୋତା , ଛତା , ଓ ମାଓସାମଗ୍ରୀ ଜବତ କରାଯାଇଛି । କଂମ୍ବିଂ ଅପରେସନ ବାବଦରେ ପୂର୍ବ ସୂଚନା ପାଇ ମାଓବାଦୀମାନେ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିଲେ । ଗାଡିମାସ୍କା ଜଙ୍ଗଲରେ କୌଣସି ଗୁଳିବିନିମୟ ଖବର ମିଳିନାହିଁ ।
ଆଗକୁ ଦୁଇରାଜ୍ୟ ମଧ୍ୟରେ ସମନ୍ବୟତା ରକ୍ଷା କରାଯାଇ କମ୍ବିଂ ଅପରେସନ କୁ ଯୋରଦାର କରାଯିବ ।