ବୁମରାଙ୍କ ସାମ୍ନାରେ ଛୋଟ ପିଲାଙ୍କ ଭଳି କାନ୍ଦିଲେ ଇଂଲଣ୍ଡ ବୋଲର: ରାଗିଲେ, ଗାଳି ବି କଲେ !

Published By : Prameya-News7 Bureau | August 20, 2021 IST

ନୂଆଦିଲ୍ଲୀ ୨୦/୦୮:   ଭାରତୀୟ କ୍ରିକେଟ ଟିମ୍‌ ଲର୍ଡସ୍‌ ଟେଷ୍ଟରେ ୧୫୧ ରନ୍‌ରେ ବିଜୟୀ ହେବା ପରେ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ଭାରତର ଏହି ବିଶାଳ ବିଜୟ କେବଳ ଇଂଲଣ୍ଡକୁ ନୁହେଁ ବରଂ ଭାରତୀୟ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଇଂଲଣ୍ଡ ବିପକ୍ଷରେ  ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ଟେଷ୍ଟରେ ଭାରତ ଲର୍ଡସରେ ବିଜୟ ହାସଲ କରିଥିଲା। ମ୍ୟାଚ୍‌ର ଶେଷ ଅର୍ଥାତ ପଞ୍ଚମ ଦିନରେ ଟିମ୍‌ ଇଣ୍ଡିଆ ବାଜି ଓଲଟାଇ ଦଇେଥିଲା। ଇଂଲଣ୍ଡର ପ୍ରଥମ ପାଳିରେ ଯେତେବେଳେ ଜେମ୍ସ ଆଣ୍ଡରସନ୍‌ କ୍ରିଜ୍‌ରେ ଥିଲେ ଦ୍ରୁତ ବୋଲର ଜସପ୍ରୀତ ବୁମରା ତାଙ୍କ ଉପରେ ବାଉନ୍ସର ବର୍ଷା କରିଥିଲେ। ଏଥିରୁ ଅନେକ ବଲ୍‌ ତାଙ୍କ ଶରୀରରେ ମଧ୍ୟ ବାଜିଥିଲା। ତାପରେ ଆଣ୍ଡରସନ ଆଉଟ୍‌ ମଧ୍ୟ ହୋଇଯାଇଥିଲେ।

ଏହାପରେ ସେ ବୁମରାଙ୍କୁ କିଛି କହୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରକୃତରେ ଆଣ୍ଡରସନ୍‌ ବୁମରାଙ୍କୁ କଣ କହିଥିଲେ ? ଏହାର ଜବାବ ଆର ଅଶ୍ବିନୀ ଦେଇଛନ୍ତି। ଅଶ୍ବିନୀଙ୍କ ଏକ ଭିଡିଓ ଅନୁସାରେ ଆଣ୍ଡରସନ୍‌ ବୁମରାଙ୍କ ଉପରେ ବେଇମାନ ବୋଲି ଅଭିଯୋଗ ଆଣିଥିଲେ। ଗୁରୁବାର ଅଶ୍ବିନୀ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରରେ ଫିଲ୍ଡି କୋଚ୍‌ ଆର ଶ୍ରୀଧରଙ୍କ ସହ ଲର୍ଡସ୍‌ ଟେଷ୍ଟ ଉପରେ ଚର୍ଚ୍ଚା କରିଛନ୍ତି। ଏହି ଚର୍ଚ୍ଚା ତାମିଲ ଭାଷାରେ ହୋଇଥିବା ବେଳେ ଏହାକୁ ଜଣେ ଫ୍ୟାନ୍‌ ଇଂରାଜୀ ସବଟାଇଟଲରେ ଅପଲୋଡ୍‌ କରିଛନ୍ତି।

ଭିଡିଓରେ ଖୁଲାସା ହୋଇଛି ଯେ, ଆଣ୍ଡରସନ ବୁମରାଙ୍କ ଉପରେ ରାଗିଥିଲେ କାରଣ ସେ ବ୍ୟାଟ୍ସମ୍ୟାନଙ୍କୁ ଧିମା ବଲ୍‌ ଫିଙ୍ଗୁଥିଲେ ଏବଂ ତାଙ୍କୁ ଦ୍ରୁତ ବଲ୍‌ ପକାଉଥିଲେ। ଆଣ୍ଡରସନ୍‌ ବୁମରାଙ୍କୁ କହିଥିଲେ, ‘ତୁମେ ଅନ୍ୟମାନଙ୍କୁ ୮୦-୮୫ ମାଇଲ୍‌ ବେଗରେ ବୋଲିଂ କରୁଛ କିନ୍ତୁ ମୋତେ ୯୦ ମାଇଲ୍‌ ବେଗରେ ବଲ ଫିଙ୍ଗୁଛ, ଏହା ବେଇମାନୀ।’ କିନ୍ତୁ ଡ୍ରେସିଂ ରୁମ୍‌ରୁ ଫେରୁଥିବା ବେଳେ ବୁମରା ଆଣ୍ଡରସନଙ୍କୁ କହିଥିଲେ, ସେ ଜାଣିଶୁଣି ଦ୍ରୁତ ବାଉନ୍ସର ଫିଙ୍ଗୁନାହାନ୍ତି ।

ମ୍ୟାଚ୍‌ର ତୃତୀୟ ଦିନରେ ଖେଳ ଚାଲିଥିବା ବେଳେ ପିଚ୍‌ରେ ବ୍ୟାଟିଂ କରୁଥିବା ବିରାଟ କୋହଲି ଆଣ୍ଡରସନଙ୍କ ଉପ​‌ରେ ବିରକ୍ତ ହେଉଥିବା ନେଇ ଦେଖିବାକୁ ମିଳିଥିଲା। ଏଥି​ରେ ଆଣ୍ଡରସନ ବୁମରାଙ୍କୁ ଗାଳି କରୁଥିବା ନେଇ କୋହଲି କହୁଥିବା ଶୁଣିବାକୁ ମିଳିଥିଲା।  ପଞ୍ଚମ ଦିନରେ ବୁମରା ବ୍ୟାଟିଂ କରିବାକୁ ଆସିବା ପରେ ଇଂଲଣ୍ଡର ବୋଲର ତାଙ୍କୁ ବାଉନ୍ସର ମାରିଥିଲେ। ଗୋଟିଏ ବଲ୍‌ ତାଙ୍କ ହେଲମେଟ୍‌ରେ ବାଜିଥିଲା।  କିନ୍ତୁ ବୁମରା ଦ୍ରୁତ ବଲ୍‌ ନେଇ ଆଣ୍ଡରସନଙ୍କୁ ଅଭିଯୋଗ କରିନଥିଲେ।

wp:embed {"url":"https://www.youtube.com/watch?v=Cnbxf6-ILGk\u0026t=379s","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=Cnbxf6-ILGk&t=379s
/wp:embed

ବୁମରା ଚାପରେ ରହି ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଶାମୀଙ୍କ ସହ ପାର୍ଟନରସିପ୍‌ରେ ୮୯ ରନ୍‌ ଭାରତକୁ ମିଳିଥିଲା। ଏହା ଦ୍ବାରା ଭାରତୀୟ ଟିମ୍‌ ଇଂଲଣ୍ଡକୁ ୨୭୨ ରନ୍‌ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଇଂଲଣ୍ଡ ଟିମ୍‌ କେବଳ ୧୨୦ ରନ୍‌ରେ ଅଲଆଉଟ୍‌ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.