ଆସୁଛି ବାତ୍ୟା ଅସାନୀ; ଆଗୁଆ ପ୍ରସ୍ତୁତି ଆରମ୍ଭ କଲା ପ୍ରଶାସନ, ମତ୍ସ୍ୟଜୀବୀକୁ ସମୁଦ୍ର ମନା

Published By : Prameya-News7 Bureau | March 20, 2022 IST

ନୂଆଦିଲ୍ଲୀ: ଆସୁଛି ବାତ୍ୟା ଅସାନୀ। ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜରେ ମାଡ଼ ହେବ। ଏଥିପାଇଁ ଆଣ୍ଡାମାନ ଓ ନିକୋବାର ପ୍ରଶାସନ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ଭାରତୀୟ ପାଣିପାଗ ବିଭାଗ(IMD)ର ସୂଚନା ଅନୁସାରେ, ପଙ୍ଗୋପସାଗରର ଦକ୍ଷିଣପୂର୍ବ ଓ ଦକ୍ଷିଣ ଆଣ୍ଡାମାନ ସାଗର ମଧ୍ୟରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି।   

ଏହି ବାତ୍ୟା ଆଣ୍ଡାମାନେ ଓ ନିକୋବାର ଦୀପ ଦେଇ ଉତ୍ତରଆଡ଼କୁ ଯିବା ନେଇ ଆଶଙ୍କା କରାଯାଉଥିବା ବେଳେ ଆଜି(ମାର୍ଚ୍ଚ) ଏହା ତୀବ୍ରତର ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତାକାଲି(ମାର୍ଚ୍ଚ ୨୧) ଏହା ବାତ୍ୟାର ରୂପ ନେଇ ଆଣ୍ଡାମାନରେ ସ୍ଥଳଭାଗ ଛୁଇଁବ।

wp:html /wp:html

ବାତ୍ୟା ପ୍ରଭାବରେ ମାର୍ଚ୍ଚ ୨୦ ତାରିଖରୁ ଆଣ୍ଡାମାନ ଦୀପରେ ଅଧିକାଂଶ ସ୍ଥାନରେ ହାଲ୍‌କା ଓ ମଧ୍ୟମ ଧରଣର ବର୍ଷା ହୋଇପାରେ। ତା ସହିତ ବିଜୁଳି ଘଡ଼ଘଡ଼ି ମାରିବାର ମଧ୍ୟ ଆଶଙ୍କା ରହିଛି। ଉଭୟ ଆଣ୍ଡାମାନ ଓ ନିକୋବାରରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ଭାବ୍ୟ ବାତ୍ୟାକୁ ଦେଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଆଣ୍ଡାମାନ ଓ ନିକୋବାର ପ୍ରଶାସନ। ଭାରତୀୟ ତଟରକ୍ଷୀ ବାହିନୀ(ICG) ବୋଟ ଧରି ମାଛଧରାଳିମାନଙ୍କୁ ସତର୍କ କରୁଛି। ଅଶାନ୍ତ ସମୁଦ୍ର ଭିତରକୁ ଯିବାକୁ ସେମାନଙ୍କୁ ମନା କରାଯାଉଛି।

wp:html /wp:html

ବାତ୍ୟାକୁ ଦେଖି ଆଣ୍ଡାମାନ-ନିକୋବାର ଦୀପରେ ସମସ୍ତ ପର୍ଯ୍ୟଟନ କାର୍ଯ୍ୟ ନିଲମ୍ବିତ କରାଯାଇଛି। ମାର୍ଚ୍ଚ ୧୯-୨୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟନ ସମ୍ପର୍କିତ କାର୍ଯ୍ୟ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.