ପିପିଲି ଅଞ୍ଚଳରେ ଆବିଷ୍କାର ହେଲା ୧୫ଶହ ବର୍ଷ ତଳର ମନ୍ଦିର, ନିର୍ମାଣ ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅନୁସନ୍ଧାନକାରୀ ଦଳ

Published By : Prameya-News7 Bureau | July 21, 2021 IST

ନିମାପଡା ୨୧।୭: ପିପିଲି ଅଂଚଳରେ ଆବିଷ୍କାର ହେଲା ଦେଢ଼ ହଜାର ବର୍ଷର ମନ୍ଦିର । ମନ୍ଦିରର ନିର୍ମାଣ ଶୈଳୀକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଅନୁସନ୍ଧାନକାରୀ ଦଳ । ପୀଢ଼ି ପୀଢ଼ି ଧରି ହୋଇ ଗତିଶ୍ବର ମହାଦେବ ନାଁରେ ପୂଜା କରି ଆସୁଥିଲେ ସ୍ଥାନୀୟ ବାସିନ୍ଦା । ପୁରୀ ଜିଲ୍ଲା ପିପିଲି ତହସିଲର ବୀରପୁରୁଷୋତମପୁର ଗାଁରୁ ଆବିଷ୍କୃତ ହୋଇଛି । ବୀରପୁରଷୋତମପୁରର ଏହି ମନ୍ଦିର ରାଜ୍ୟର ପୁରାତନ ମନ୍ଦିର ଶ୍ରେଣୀରେ ଅନ୍ତର୍ଭୁକ୍ତ ବୋଲି ଇନଟାକ କହିଛି ।

{"id":483812,"sizeSlug":"large","linkDestination":"none"}

ଏହି ମନ୍ଦିରଟି ପ୍ରାଚୀନ କଳିଙ୍ଗ ରାଜ୍ୟର ଦକ୍ଷିଣ ତୋଷାଳି ଅଞ୍ଚଳର ବୋଲି ମନ୍ଦିରର ତମ୍ବା ପ୍ଲେଟ୍ ଲେଖା ଯାଇଛି । ଏହାର ନିର୍ମାଣ ଶୈଳୀକୁ ବିଚାର କଲେ ଦେଢ ହଜାର ବର୍ଷ ପୂର୍ବେ ନିର୍ମାଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ସାଧାରଣରେ ଦକ୍ଷିଣ ଓଡ଼ିଶାର ମହେନ୍ଦ୍ରଗିରି ପାହାଡ ଅଞ୍ଚଳରେ ଏ ପ୍ରକାରର ମନ୍ଦିର ଦେଖାଯାଏ ।  ମନ୍ଦିର ନିର୍ମାଣରେ ବ୍ୟବହୃତ ପଥରଗୁଡ଼ିକ ଯୋଡ଼ିବା ପାଇଁ କୌଣସି ଲେପ କିମ୍ବା ଚୁନ ବ୍ୟବହାର କରାଯାଇନାହିଁ ।

{"id":483813,"sizeSlug":"large","linkDestination":"none"}

ଏହି ପ୍ରକାର ନିର୍ମାଣ କୌଶଳ ସୂଚିତ କରୁଛି ଯେ, ସେତେବେଳେ କଳିଙ୍ଗର ପାରମ୍ପରିକ ମନ୍ଦିର ସ୍ଥାପତ୍ୟଶୈଳୀ ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇନଥିଲା ।  ଏପରି ଅନେକ ମନ୍ଦିର ରହିଛି ଯାହା ଜନସାଧାରଣଙ୍କ ଦୃଷ୍ଟିଗୋଚରକୁ ଆସିନାହିଁ । ଦୁର୍ଭାଗ୍ୟର ବିଷୟ ଏହି ପ୍ରାଚୀନ ମନ୍ଦିର ଧ୍ବଂଶ ହେବା ଉପରେ । ମନ୍ଦିରର ଛାତ ଉପରକୁ ଅନାବନା ଗଛ ମାଡି ଯାଇଛି । ବର୍ଷା ୠତୁରେ ମନ୍ଦିର ଗର୍ଭଗୃହରେ ପାଣି ପଶିଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.