scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନର ଦ୍ଵିତୀୟ ଦିନ, ଲାଗିଛି ଭକ୍ତଙ୍କ ଭିଡ

6/06/2023 at 11:48 AM

ବ୍ରହ୍ମଗିରି ୬।୬: ଦ୍ଵିତୀୟ ଦିନରେ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ । ମଙ୍ଗଳବାର ଦ୍ଵିତୀୟ ଦିନରେ ପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଭୋର ୪ଟାରେ ମନ୍ଦିର ଖୋଲା ଯାଇଥିଲା । ୪ଟା ୨୦ରେ ମଙ୍ଗଳ ଆଳତୀ, ଅବକାଶ, ତଡ଼ପ ଲାଗି, ବେଶ, ତୁଳସୀ ଲାଗି, ଗୋପାଳ ବଲ୍ଲଭ ସରିବା ପରେ ଏବେ ସର୍ବସାଧାରଣ ଦର୍ଶନ ୬ଟାରୁ ଆରମ୍ଭ ହୋଇଛି ।

ଶ୍ରୀଜିଉମାନେ ଅଣସର ଘରେ ଗୁପ୍ତ ସେବା ପାଉଛନ୍ତି । ଏହି ସମୟରେ ଅଲାରନାଥ ପୀଠରେ ଚତୁର୍ଭୁଜ ନାରାୟଣଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି । ବର୍ଷକରେ ୩୬୫ ଦିନ ଭିତରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଅନବସର ସମୟରେ ୧୪ ଦିନ ଭିତରେ ଅଲାରନାଥଙ୍କୁ ଦର୍ଶନ କରିବା ସହ ସମାନ ବୋଲି ଭକ୍ତି ମନରେ ବିଶ୍ୱାସ ନେଇ ଭକ୍ତ ଛୁଟି ଆସୁଛନ୍ତି ଅଲାରନାଥ ପୀଠକୁ ।

You Can Read :

   Related Posts