ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଝିଅ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଅନନ୍ୟା

Published By : Prameya-News7 Bureau | December 15, 2019 IST

ନୂଆଦିଲ୍ଲୀ ୧୫।୧୨ -ସୈଫ୍ ଅଲ୍ଲୀ ଖାନ୍ ଙ୍କ ଝିଅ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ନିକଟରେ ଅନନ୍ୟାଙ୍କ ଅଭିନିତ ଦୁଇଟି ଫିଲ୍ମ ହିଟ୍ ହୋଇଥିବା ବେଳେ ଅନନ୍ୟାଙ୍କ ଲୋକପ୍ରିୟତା ଏବେ ବଢିବାରେ ଲାଗିଛି ।

{"id":198235,"sizeSlug":"large"}

ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ପତି ପତ୍ନୀ ଔର ୱ୍ବହ’ ବକ୍ସ ଅଫିସ୍ ରେ ଭଲ ବ୍ୟବସାୟ କରିଛି। ରାହୁଲ ଢୋଲକିଆଙ୍କ ଆଗାମି ଥ୍ରିଲର ମୁଭି ପାଇଁ ଅନନ୍ୟା ସାଇନ୍ କରିଥିବା ଜଣାପଡିଛି । 

{"id":198236,"sizeSlug":"large"}

ଅନନ୍ୟା ପାଣ୍ଡେ କେବେ ବି ନିଜକୁ ଆଲିୟା ଭଟ୍ଟଙ୍କ ଫ୍ୟାନ୍ କହିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ସେ ଅନେକ ଥର ସମସ୍ତଙ୍କ ସାମନାରେ ମାନିଛନ୍ତି ଯେ ସେ ଆଲିୟାଙ୍କୁ ପସନ୍ଦ କରନ୍ତି ଏବଂ ତାଙ୍କ କାମର ବହୁତ ବଡ଼ ଫ୍ୟାନ୍। ଏବେ ନିଜର ଏକ ସାକ୍ଷାତକାରରେ ଅନନ୍ୟା ପୁଣି ଥରେ ଆଲିୟା ଭଟ୍ଟଙ୍କ ବିଷୟରେ କହିଛନ୍ତି।

{"id":198242,"sizeSlug":"large"}

ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ୟିଅର ୨ରେ ଅଭିନୟ କରି ଅନନ୍ୟା ନିଜ କ୍ୟାରିଅର ଆରମ୍ଭ କରିଛନ୍ତି। ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ମଧ୍ୟ ଜଣେ ପ୍ରସିଦ୍ଧ ଷ୍ଟାର କିଡ ଭାବେ ଅନନ୍ୟା ଚର୍ଚ୍ଚିତ ଥିଲେ।

{"id":198239,"sizeSlug":"large"}

ଅନନ୍ୟା କହିଛନ୍ତି ଯେ ସେ ଈଶାନ ଖଟ୍ଟରଙ୍କ ସହ ଫିଲ୍ମ ‘ଖାଲି ପିଲି’ରେ କାମ କରୁଛନ୍ତି। ଏହି ଫିଲ୍ମରେ ସେ ଏକ ଟପୋରୀ ଝିଅ ଭୂମିକାରେ ଅଭିନୟ କରିବେ। ସେ ଏଥିପାଇଁ ଆଲିୟାଙ୍କ ‘ଗଲି ବୟ’ରେ ସଫିନା ଭୂମିକାରୁ ପ୍ରେରଣା ନେଉଛନ୍ତି।

{"id":198241,"sizeSlug":"large"}

ନିଜ ସାକ୍ଷାତକାରରେ ଅନନ୍ୟା କହିଛନ୍ତି ଯେ ଫିଲ୍ମ ‘ଖାଲି ପିଲି’ରେ ସେ ଜଣେ ମୁମ୍ବାଇ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ଏଥିପାଇଁ ତାଙ୍କୁ ବମ୍ବୟା ଭାଷା କହିବାକୁ ପଡ଼ିବ। ତେଣୁ ସେ ଆଲିୟାଙ୍କଠୁ ପ୍ରେରଣା ନେବେ।

ଅନନ୍ୟାଙ୍କୁ କ୍ୟାରିୟର ଆରମ୍ଭରେ ଭିନ୍ନ ଭିନ୍ନ ଭୂମିକା ଏବଂ ଭାଷା କହିବାକୁ ସୁଯୋଗ ମିଳୁଛି। ସେ ଏଥିପାଇଁ ଖୁସି ଅଛନ୍ତି। ତାଙ୍କ ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ରେ ସେ ଜ​‌ଣେ ଖାଣ୍ଟି ଦିଲ୍ଲୀ ଝିଅ ଭୂମିକାରେ ନଜର ଆସିଛନ୍ତି। ଏଥିରେ ତାଙ୍କୁ ଖାଣ୍ଟି ହିନ୍ଦୀ ଭାଷା କହିବାକୁ ପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.