ବିଜୟ ଦେବରାକୋଣ୍ଡାଙ୍କ ସହ ନଜର ଆସିବେ ଅନନ୍ୟା ପାଣ୍ଡେ!

Published By : Prameya-News7 Bureau | February 12, 2020 IST

ମୁମ୍ବାଇ୧୨|୨: ଅର୍ଜ୍ଜୁନ ରେଡ୍ଡି ଷ୍ଟାର ବିଜୟ ଦେବରାକୋଣ୍ଡା ବଲିଉଡର ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ବିଜୟ ପୁରୀ ନିର୍ଦ୍ଦେଶିତ ଫିଲ୍ମ ଫାଇଟରରେ ଅଭିନୟ କରି ହିନ୍ଦି ଫିଲ୍ମ ଜଗତରେ ପାଦ ଦେବେ ବିଜୟ ଦେବରାକୋଣ୍ଡା। ଏହା ଏକ ମେଗା ବଜେଟ୍‌ ଆକ୍ସନ ଫିଲ୍ମ । ଏଥିରେ ବିଜୟଙ୍କର ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ଏଯାଏଁ ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟଙ୍କ ବିଷୟରେ ଘୋଷଣା କରାଯାଇନାହିଁ।

{"id":223601,"sizeSlug":"large"}

ରିପୋର୍ଟ ଅନୁସାରେ ଅନନ୍ୟା ପାଣ୍ଡେ ଏହି ଫିଲ୍ମରେ ବିଜୟଙ୍କ ବିପକ୍ଷରେ ନଜର ଆସିବେ ଓ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବେ। ଏହି ଭୂମିକା ପ୍ରଥମେ ଜାହ୍ନବୀ କପୁରଙ୍କୁ ଅଫର କରାଯାଇଥିଲା। ହେଲେ ଶୁଟିଂ ଡେଟ୍‌ ଅନୁସାରେ ସେ ବ୍ୟସ୍ତ ଅଛନ୍ତି। ସେଥିପାଇଁ ଇନନ୍ୟାଙ୍କୁ ଏହି ଫିଲ୍ମ ପାଇଁ ବଛା ଯାଇଛି। ଏହା ବ୍ୟତୀତ ଅନନ୍ୟା ନିଜେ ଦେବରାକୋଣ୍ଡାଙ୍କର ବହୁତ ବଡ ଫ୍ୟାନ୍‌।

{"id":223598,"sizeSlug":"large"}

ଏଥିପାଇଁ ସେ ଫିଲ୍ମରେ କାମ କରିବେ ବୋଲି ସିକୃତି ଦେଇସାରିଛନ୍ତି। ଉଭୟ ଏକା ସହ ଏକ ଫଟୋଶୁଟ୍‌ ମଧ୍ୟ କରିସାରିଛନ୍ତି। କବୀର ସିଂହ ରିଲିଜ ହେବା ପରେ ବିଜୟ ହିନ୍ଦି ଦର୍ଶକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇସାରିଛନ୍ତି। କବୀର ସିଂହ ଫିଲ୍ମରେ ଶାହିଦ କପୁର ଓ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ତେଲୁଗୁ ଫିଲ୍ମ ଅର୍ଜ୍ଜୁନ ରେଡ୍ଡିର ରିମେକ୍‌ ଥିବାରୁ ବିଜୟ ଖୁବ ଚର୍ଚ୍ଚାରେ ଥିଲେ।

{"id":223597,"sizeSlug":"large"}

ଅର୍ଜ୍ଜୁନ ରେଡ୍ଡି ଫିଲ୍ମରେ ବିଜୟ ଦେବରାକୋଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବିଜୟଙ୍କ ଅପକମିଂ ଫିଲ୍ମ ୱାଲର୍ଡ ଫେମସ୍‌ ଲଭର ଭାଲେଣ୍ଟାଇନ୍‌ ଡେ'ରେ ରିଲିଜ ହେବ।  ବଲିଉଡ ଫିଲ୍ମ ଫାଇଟରରେ ବିଜୟ ଓ ଅନନ୍ୟାଙ୍କ ବ୍ୟତୀତ ରାମ୍ୟା କୃଷ୍ଣାନ୍‌, ରନୀତ ରଏ, ବିଶୁ ରେଡ୍ଡି ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ପୁରୀ ଜଗନ୍ନାଥ, କରନ ଜୋହର, ଅପୂର୍ବ ମେହତା ଓ ଚାର୍ମୀ କୌର ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.