ସାଥୀ ଅଭିନେତ୍ରୀଙ୍କ ସହିତ ସଂପର୍କକୁ ନେଇ ବୟାନ ରଖିଲେ ଅନନ୍ୟା, କହିଲେ-ଦୀପିକାଙ୍କ ଠାରୁ ବହୁତ କିଛି ଶିଖିଛି

Published By : Prameya-News7 Bureau | April 22, 2024 IST

ମୁମ୍ଵାଇ ୨୨।୦୪: ୨୦୧୯ ମସିହାରେ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ମାଧ୍ୟମରେ  ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଅନନ୍ୟା  ପାଣ୍ଡେ । ସେହି ଫିଲ୍ମଟି ବକ୍ସ ଅଫିସ୍‌ରେ ବେଶ୍‌ ଭଲ  ବ୍ୟବସାୟ କରିଥିଲା । ତା’ପରେ ତାଙ୍କୁ ‘ପତି ପତ୍ନୀ  ଔର ୱ’, ‘ଖାଲି ପିଲି’, ‘ଗେହରାଇୟାଁ’, ‘ଡ୍ରିମ  ଗାର୍ଲ-୨’, ‘ଖୋ ଗୟେ ହମ୍‌ କହାଁ’ ଭଳି ଫିଲ୍ମରେ  ଦେଖିବାକୁ ମିଳିଥିଲା । ଏହି ସମସ୍ତ ଫିଲ୍ମରେ  ତାଙ୍କର ଅଭିନୟକୁ ଦର୍ଶକୀୟ ଆଦୃତି ମିଳିଥିଲା ।  ବିଶେଷ କରି ‘ଖୋ ଗୟେ ହମ୍‌ କହାଁ’ରେ ତାଙ୍କର ଅଭିନୟକୁ ସମୀକ୍ଷକଙ୍କ ସହିତ ଇଣ୍ଡଷ୍ଟ୍ରିର ବହୁ  କଳାକାର ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ । ଇତିମଧ୍ୟରେ  ଏକ ସାକ୍ଷାତକାରରେ ଅନନ୍ୟା ବଲିଉଡ୍‌ର ସାଥୀ ଅଭିନେତ୍ରୀଙ୍କ ସହିତ ତାଙ୍କର ସଂପର୍କ ନେଇ ବୟାନ  ରଖିଛନ୍ତି ।

ଅନନ୍ୟା କହିଛନ୍ତି, ଦୀପିକା ପାଦୁକୋନ୍‌ଙ୍କଠାରୁ  ମୁଁ ବହୁତ କିଛି ଶିଖିଛି । ତାଙ୍କ ସହିତ ଗୋଟିଏ ଫିଲ୍ମରେ ମୁଁ  ସ୍କ୍ରିନ୍‌ ସେୟାର କରିଥିବାବେଳେ ସେହି ଅନୁଭବ ମୋର  ସବୁବେଳେ ମନେ ରହିବ । ଦୀପିକା ଜଣେ ଉଚ୍ଚକୋଟୀର  ଅଭିନେତ୍ରୀ ହୋଇଥିବାବେଳେ ସହ କଳାକାରମାନଙ୍କୁ  ସବୁବେଳେ ସୁଟିଂ ସେଟ୍‌ରେ ସହଜ ଅନୁଭବ କରାଇଥାନ୍ତି ।  ସେହିଭଳି ଅଭିନେତ୍ରୀ ଭୂମି ପେଡ୍‌ନେକର ମଧ୍ୟ  ମୋର ଆଦର୍ଶ । ଏହି ଦୁଇ ଅଭିନେତ୍ରୀଙ୍କ ସହିତ ମୁଁ  ସବୁବେଳେ ଯୋଗାଯୋଗରେ ରହିଥାଏ । ସମସାମୟିକ  ଅଭିନେତ୍ରୀଙ୍କ ପ୍ରସଙ୍ଗ ଆସିଲେ ଜାହ୍ନବୀ କପୁର ଓ  ସାରା ଅଲ୍ଲୀ ଖାନ୍‌ଙ୍କ ସହିତ ମୋର ସଂପର୍କ ଖୁବ୍‌  ଭଲ । ଆମେ ପରସ୍ପରକୁ ବେଶ୍‌ ସମ୍ମାନ ଦେଉ ।  ଆମ ମଧ୍ୟରେ ଅହଂକାରର ସ୍ଥାନ ନାହିଁ ।  

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଅନନ୍ୟାଙ୍କୁ  ଆଗକୁ ‘କଣ୍ଟ୍ରୋଲ’ରେ ଦେଖିବାକୁ  ମିଳିବ । ସେଥିରେ ତାଙ୍କ ସହିତ  ଭିହାନ୍‌ ସାମତ୍‌, ଦେବିକା ବତ୍ସ ପ୍ରମୁଖ  ନଜର ଆସିବେ । ବିକ୍ରମାଦିତ୍ୟ  ମୋଟୱାନେ ଫିଲ୍ମର ନିର୍ଦ୍ଦେଶନା  ଦେଉଛନ୍ତି । ସେହିପରି  ଅଭିନେତା ଅକ୍ଷୟ କୁମାର  ଓ ଆର୍‌ ମାଧବନ୍‌ଙ୍କ  ସହିତ ‘ଶଙ୍କର’ରେ  ମଧ୍ୟ ତାଙ୍କୁ  ଦେଖିବ।କୁ  ମିଳିବ । ଏହି  ପିରିୟଡିକ୍‌  ଡ୍ରାମାଟି ସି   ଶଙ୍କରନ୍  ନାୟାରଙ୍କ  ଜୀବନି   ଉପରେ  ପର୍ଯ୍ୟବସିତ । କରନ୍‌ ଜୋହର  ଏହି ଫିଲ୍ମର ପ୍ରଯୋଜନାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.