oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ସୋସିଆଲ ମିଡିଆକୁ ଫେରିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ , ସେୟାର କଲେ ପ୍ରଥମ ପୋଷ୍ଟ

17/11/2021 at 10:55 AM

ନୂଆଦିଲ୍ଳୀ ୧୭।୧୧ :  ଡ୍ରଗ୍ସ ମାମଲାରେ ଷ୍ଟାର କିଡ ତଥା ବଲିଉଡ ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାଁରେ ସମନ ଜାରି ହେବା ପରେ ଗତ କିଛିଦିନ ହେବ ସେ ସୋସିଆଲ ମିଡିଆଠାରୁ ବି ଦୂରେଇ ଯାଇଥିଲେ । ଏମିତିକି ସେ ତାଙ୍କ ଜନ୍ମଦିନ ବି ପାଳନ କରି ନ ଥିଲେ ବୋଲି କୁହାଯାଉଥିଲା । କିନ୍ତୁ ଏବେ ପୁଣିଥରେ ଅନନ୍ୟା ସୋସିଆଲ ମିଡିଆକୁ ଫେରିଛନ୍ତି । ନିକଟରେ ସେ କିଛି ଫଟୋ ଓ ଭିଡିଓ ସେୟାର କରି ପୁଣି ଥରେ ତାଙ୍କ ଫ୍ୟାନମାନଙ୍କ ନିକଟତର ହୋଇଛନ୍ତି । ସେ ଏକ ଭିଡିଓ ସେୟାର କରିଛନ୍ତି । ଏହା ବ୍ୟତୀତ କ୍ୟାପଶନରେ ମଧ୍ୟ ବହୁତ କିଛି କହିବାକୁ ଚେଷ୍ଟା କରିଛନ୍ତି । ଏନେଇ ଅନନ୍ୟା ତାଙ୍କ କ୍ୟାପଶନରେ ଲେଖିଛନ୍ତି ବିନା ବର୍ଷାରେ ଆପଣଙ୍କୁ ଇନ୍ଦ୍ରଧନୁ ଦେଖାଯିବ ନାହିଁ ।

ତେବେ ଅନନ୍ୟା ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ଇନ୍ଦ୍ରଧନୁ ଦେଖିବାକୁ ମିଳିଛି। ଏହା ସହ ଅନେକ ସେଲିବ୍ରିଟିମାନେ ମଧ୍ୟ ନିଜର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ପ୍ରକାଶ ଥାଉକି, ଏନସିବି ଅନନ୍ୟାଙ୍କ ବିରୋଧରେ ଏପରି କ କୌଣସି ପ୍ରମାଣ ପାଇନାହିଁ, ଯେଉଁଥି ପାଇଁ ଅଭିନେତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ । ବର୍ତ୍ତମାନ, ଅନନ୍ୟା ତାଙ୍କ କାମକୁ ଜୀବନରେ ବ୍ୟସ୍ତ ଅଛନ୍ତି । ସେ ବର୍ତ୍ତମାନ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଷ୍ଟାର କିଡଙ୍କ ଡ୍ରଗ୍ସ ମାମଲା ସହ କନେକଶନକୁ ନେଇ ଚର୍ଚ୍ଚାରେ ରହିବା ଘଟଣା ପରେ ଏବେ ପୁଣିଥରେ ଲାଇମ ଲାଇଟକୁ ଆସି ଦର୍ଶକଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ଅନନ୍ୟା ।

   Related Posts