ଭଉଣୀର ମେହେନ୍ଦୀରେ ସିଗାରେଟ୍ ଟାଣିଲେ ଅନନ୍ୟା, ୟୁଜର୍ସ କହିଲେ- ନିଶାରେ ବୁଡିଲେଣି ଷ୍ଟାରକିଡ୍
15/03/2023 at 12:46 PM

ବଲିଉଡ ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ବର୍ତ୍ତମାନ ତାଙ୍କର ଆଦିତ୍ୟ ରୟ କପୁରଙ୍କ ସହ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚା। ନିକଟରେ ଅଭିନେତ୍ରୀ ତାଙ୍କ ସମ୍ପର୍କୀୟ ଭଉଣୀ ଆଲାନା ପାଣ୍ଡେଙ୍କ ମେହେନ୍ଦୀ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହି ସମୟରେ ଅନନ୍ୟା ହାଲୁକା ଗୋଲାପୀ ରଙ୍ଗର ଲେହାଙ୍ଗା ପିନ୍ଧିଥିଲେ। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ହେଲେ ଏହାରି ଭିତରେ ବର୍ତ୍ତମାନ ଏକ ଫଟୋ ସାମ୍ନାକୁ ଆସିଛି । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।
Was not expecting Ananya to be a smoker. Love how these Nepo kids brag about being such health freaks…#AnanyaPanday pic.twitter.com/TZmTnQTEJv
— RADHE (@BEINGRADHEYA) March 14, 2023
ଆଲାନାର ମେହେନ୍ଦୀ କାର୍ଯ୍ୟରୁ ଅନନ୍ୟା ପାଣ୍ଡେଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ଚଙ୍କି ପାଣ୍ଡେଙ୍କ ଲଡଲୀ ସମସ୍ତଙ୍କ ସାମ୍ନାରେ ସିଗାରେଟ ଟାଣୁଥିବାର ନଜର ଆସିଛନ୍ତି। ଅନନ୍ୟାଙ୍କର ଏହି ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନନ୍ୟା ସିଗାରେଟ୍ ଟାଣୁଥିବାବେଳେ ତାଙ୍କ ଚାରିପାଖରେ ଅନେକ ଲୋକ ଠିଆ ହୋଇଛନ୍ତି। ୟୁଜର୍ସ ଅନନ୍ୟାଙ୍କ ଏହି ଫଟୋ ଗୁଡ଼ିକ ଉପରେ ବହୁତ କମେଣ୍ଟ କରୁଛନ୍ତି । ଜଣେ ୟୁଜର୍ସ ଅନନ୍ୟାଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି, “ଅନନ୍ୟା ଜଣେ ଧୂମପାନକାରୀ ହେବାର ଆଶା କରାଯାଉ ନଥିଲା। ଆଉ ଜଣେ ଲେଖିଛନ୍ତି ସବୁ ଷ୍ଟାର କିଡ୍ ହିଁ ଏମିତି। ଅନନ୍ୟାଙ୍କୁ ଏବେ ଖୁବ୍ ଟ୍ରୋଲ୍ କରାଯାଉଛି।
ତାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଶେଷ ଥର ପାଇଁ ଫିଲ୍ମ ‘ଲାଇଗର୍’ରେ ଦେଖିବାକୁ ମିଳିଥିଲା। ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଏହି ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଏବେ ଖୁବ ଶୀଘ୍ର ଅନନ୍ୟା ଆୟୁଷ୍ମାନଙ୍କ ସହ ଫିଲ୍ମ ‘ଡ୍ରିମ୍ ଗାର୍ଲ ୨’ରେ ଦେଖିବାକୁ ମିଳିବେ । ରାଜ ଶାନ୍ଦିଲିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୭ ଜୁଲାଇରେ ବକ୍ସ ଅଫିସରେ ରିଲିଜ୍ ହେବ।