ରିଲେସନ୍‌ଶିପ୍‌କୁ ନେଇ କନଫର୍ମ କଲେ ଅନନ୍ୟା-ଆଦିତ୍ୟ ! ସାମ୍ନାକୁ ଆସିଲା ଭିଡିଓ

Published By : Prameya-News7 Bureau | October 21, 2022 IST

ମୁମ୍ଵାଇ ୨୧।୧୦: ବଲିଉଡ୍‌ ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ହ୍ୟାଣ୍ଡସମ୍‌ ହଙ୍କ ଆଦିତ୍ୟ ରୟ କପୁର। ବର୍ତ୍ତମାନ ଦୁହିଁକୁ ନେଇ ବିଟାଉନ୍‌ରେ ଖୁବ୍‌ ଚର୍ଚ୍ଚା । ଉଭୟଙ୍କ ନାମ ଦୀର୍ଘ ଦିନ ଧରି ଆଲୋଚନା ଆସିଛି। କୁହାଯାଉଛି କି ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି। ନିକଟରେ ରମେଶ ତୌରାନୀଙ୍କ ଦିୱାଲୀ ପାର୍ଟିର କିଛି ଫଟୋ ସାମ୍ନାକୁ ଆସିଥିଲା। ଯେଉଁଥିରେ ଉଭୟ ପରସ୍ପର ସହ କଥା ହେଉଥିବା ଦେଖିବାକୁ ମିଳିଥିଲା।

wp:html
/wp:html

କେବଳ ଏତିକି ନୁହେଁ ଗୁରୁବାର ଦିନ ମନୀଷ ମଲହୋତ୍ରା ଏକ ଦିୱାଲୀ ପାର୍ଟି ରଖିଥିଲେ । ଅନେକ ସେଲିବ୍ରେଟି ଉପସ୍ଥିତ ଥିଲେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏହି ସମୟରେ ଆଦିତ୍ୟ ଏବଂ ଅନନ୍ୟା ଏକାଠି ଆସି ଫଟୋଗ୍ରଫ୍‌ରଙ୍କୁ ଖୁବ୍‌ ପୋଜ୍‌ ଦେଇଥିଲେ। କେବଳ ଏତିକି ନୁହେଁ, ଦୁହେଁ ଏକା ପରି କଳା ରଙ୍ଗର ପୋଷାକ ପିନ୍ଧିଥିଲେ। ଉଭୟଙ୍କ ଫଟୋ ଏବଂ ଭିଡିଓ ଦେଖିବା ପରେ ଅନୁମାନ କରାଯାଉଛି ଯେ ଉଭୟେ ସେମାନଙ୍କ ସମ୍ପର୍କକୁ ଖୋଲାଖୋଲି ଭାବରେ ନିଶ୍ଚିତ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.