ଅନନ୍ୟାଙ୍କ ହାତରେ ନାହିଁ ଭଲ ଫିଲ୍ମ, ବୁଲାବୁଲିରେ ବିତାଉଛନ୍ତି ସମୟ
10/09/2023 at 1:42 PM

ମୁମ୍ଵାଇ ୧୦।୦୯: ବଲିଉଡ ଆକ୍ଟ୍ରେସ୍ ଅନନ୍ୟା ପାଣ୍ଡେଙ୍କ ହାତରେ ଆଜିକାଲି ବିଶେଷ କାମ ନାହିଁ। ତେଣୁ ବୟଫ୍ରେଣ୍ଡ ଆଦିତ୍ୟ ରୟ କପୁରଙ୍କ ସହ ମଉଜ ମସ୍ତି ବୁଲାବୁଲିରେ ସମୟ କାଟୁଛନ୍ତି ଅନନ୍ୟା । ଅଳ୍ପ ଦିନ ତଳେ ଆଦିତ୍ୟଙ୍କ ସହ ଗୋଆରେ ବେଶ୍ କିଛି ଦିନ ଛୁଟି କଟାଇ ମୁମ୍ବାଇ ଫେରିଥିଲେ। ତାହା ପୁଣି ଏକା ନୁହେଁ ଆଦିତ୍ୟ ଦୁହେଁ ଏକାଠି ନଜର ଆସିଥିଲେ। ମୁମ୍ବାଇ ବିମାନବନ୍ଦରରେ ଉଭୟଙ୍କୁ ଦେଖି ଫଟୋଗ୍ରାଫର ଘେରି ଯାଇଥିଲେ। ବିଶେଷକରି ଅନନ୍ୟାଙ୍କୁ କିଛି ମଜାଦାର ପ୍ରଶ୍ନ ପଚାରିବାକୁ ପ୍ରସ୍ତୁତ ହୋଇ ତାଙ୍କ ଆଡ଼କୁ ଆଗେଇ ଯାଉଥିବାବେଳେ ସେମାନଙ୍କୁ ତରବରରେ ବାହାରକୁ ବାହାରି ଯାଇଥିଲେ ଓ ଗାଡ଼ିରେ ବସି ବିମାନବନ୍ଦର ଛାଡ଼ିଥିଲେ।
ବେଶ୍ କିଛି ଦିନ ହେବ ସେ ଆଦିତ୍ୟଙ୍କୁ ଡେଟ୍ କରୁଛନ୍ତି। କାହିଁକି ନା ଦୁହିଁଙ୍କୁ ଅନେକଥର ବିମାନବନ୍ଦର, ରେସ୍ତୋରାଁ, ମଲ୍ ଓ ପାର୍ଟି ଫଙ୍କସନ୍ରେ ଆଦିତ୍ୟଙ୍କ ସହ ଏକାଠି ଦେଖିବାକୁ ମିଳିଛି । କିନ୍ତୁ ଉଭୟ ଡେଟିଂ ଖବରକୁ ଫାଙ୍କିବାରେ ଲାଗିଛନ୍ତି । ଏଥର ମଧ୍ୟ ସେ ସେମିତି ହିଁ କରିଛନ୍ତି । ଷ୍ଟାର କିଡ୍ସଙ୍କୁ ଖୁବ୍ ସୁଯୋଗ ଦେଉଥିବା କରଣ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍ ୨’ରୁ ଅଭିନୟ ଆରମ୍ଭ କରିଥିଲେ ଅନନ୍ୟା।
ଏହାପରେ ତାଙ୍କୁ ବେଶ୍ କେତୋଟି ଫିଲ୍ମରେ ସୁଯୋଗ ମିଳିଛି। ସେସବୁ ମଧ୍ୟରେ ନିଜର ପରିଚୟ ହାସଲ କରିଛନ୍ତି । କରୋନା କାଳରେ ବି ଚାରିରୁ ପାଞ୍ଚଟି ଫିଲ୍ମରେ କାମ କରିଛନ୍ତି ଅନନ୍ୟା । ଅଳ୍ପ ଦିନ ତଳେ ଅନନ୍ୟା ଅଭିନୀତ ‘ଡ୍ରିମ୍ଗାର୍ଲ ୨’ ପ୍ରେକ୍ଷାଳୟକୁ ଆସିଛି। ହାତରେ ତାଙ୍କର ଆଉ କିଛି ପ୍ରୋଜେକ୍ଟ ଅଛି କିନ୍ତୁ ସେସବୁର କାମ ଆରମ୍ଭ ହୋଇନାହିଁ । ତେଣୁ ବର୍ତ୍ତମାନ ସେ ଫ୍ରି ଅଛନ୍ତି । ଏଥିପାଇଁ ବାହାରକୁ ଯାଇ ବୁଲାବୁଲିରେ ସମୟ ବିତାଉଛନ୍ତି।