ଅନନ୍ତ ବେଉରା ଅସ୍ଥି ଚିକିତ୍ସା ସେବା ସଦନର ପ୍ରତିଷ୍ଠାତା ପ୍ରତାପରୁଦ୍ର ବେଉରାୟଙ୍କ ଅଶୀତମ ଜୟନ୍ତୀ ପାଳିତ

Published By : Prameya-News7 Bureau | February 13, 2021 IST

ଆଠଗଡ,୧୩/୦୨: କଟକ ଜିଲ୍ଲା  ଆଠଗଡ଼ ବ୍ଲକ କୁଲାଇଲୋଠାରେ ଥିବା ଅନନ୍ତ ବେଉରା ଅସ୍ଥି ଚିକିତ୍ସା ସେବା ସଦନର ପ୍ରତିଷ୍ଠାତା ପ୍ରତାପରୁଦ୍ର ଵେଉରାୟଙ୍କ ଅଶୀତମ ଜୟନ୍ତୀ ସେବା ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସମାଜର ପ୍ରକାଶକ ତଥା ଲୋକସେବକ ମଣ୍ଡଳର ସମ୍ପାଦକ ନିରଞ୍ଜନ ରଥ, ଆଠଗଡ଼ ବିକାଶ ପରିଷଦର ଅଧ୍ୟକ୍ଷ ରାମନାରାୟଣ ମହାନ୍ତି, ବିଜେଡି ନେତା ଭାଗିରଥି କର ପ୍ରମୁଖ ଉପସ୍ଥିତ ରହିଥିଲେ । ଅତିଥିମାନେ ଶ୍ରୀ ଵେଉରାୟଙ୍କ ନିଃସ୍ଵାର୍ଥପର ସେବାର ବର୍ଣ୍ଣନା କରିବା ସହିତ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ସୁରେଶ ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.