ମୁମ୍ଵାଇ ୦୯।୦୯: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ । ଦୁହେଁ ଜୁଲାଇ ମାସରେ ବିବାହ କରିଥିଲେ । ହଲିଉଡରୁ ବଲିଉଡ ପର୍ଯ୍ୟନ୍ତ ଅନେକ ତାରକା ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଏହି ବିବାହରେ ବିଶ୍ଵର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ମଧ୍ୟ ଭାଗ ନେଇଥିଲେ । ଏଭଳି ପରିସ୍ଥିତିରେ ଦମ୍ପତିଙ୍କ ବିବାହ ହେବାର ପ୍ରାୟ ୨ ମାସ ବିତିଗଲାଣି। ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ଅମ୍ବାନୀ ପରିବାର ଗଣପତି ବାପ୍ପାଙ୍କୁ ନିଜ ଘରେ ଆଣ୍ଟିଲିଆରେ ସ୍ଥାପନ କରିଛନ୍ତି । ଏହି ସମୟ ମଧ୍ୟରେ ଅନେକ ତାରକା ଗଜାନନଙ୍କୁ ଦର୍ଶନ କରିବାକୁ ଆସିଥିଲେ । ଯେତେବେଳେ ରାଧିକା ତାଙ୍କ ଶାଶୁ ଏବଂ ସ୍ୱାମୀଙ୍କ ସହ ଗଣମାଧ୍ୟମ ସାମ୍ନାକୁ ଆସିଲେ, ଭିଡିଓ ଦେଖିବା ପରେ ନେଟ୍ଜେନ୍ମାନେ ଅନୁମାନ କଲେ ଯେ ସେ ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି। ହେଲେ ଏଥିରେ କେତେ ଦୂର ସତ । ତାହା ଆଗକୁ ଜଣାପଡିବ।
ଗଣେଶ ଚତୁର୍ଥିଙ୍କ ଅବସରରେ ବହୁ ବଲିଉଡ ତାରକା ଆଣ୍ଟିଲିଆରେ ପହଞ୍ଚିଥିଲେ। ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ନୀତା ଗଣେଶ ଚତୁର୍ଥି ଅବସରରେ ତାଙ୍କ ବୋହୂ ରାଧିକାଙ୍କୁ ମିଡିଆ ଆଗକୁ ଆଣିଛନ୍ତି। ଏହି ସମୟରେ ଉଦ୍ଧବ ଠାକରେଙ୍କ ପତ୍ନୀ ମଧ୍ୟ ରାଧିକା ଏବଂ ନେତାଙ୍କ ସହ ନଜର ଆସିଛନ୍ତି।
କ’ଣ ମାଆ ହେବାକୁ ଯାଉଛନ୍ତି ରାଧିକା ?
ଆପଣ ଭିଡିଓରେ ଦେଖିପାରିବେ ଯେ ରାଧିକା ତାଙ୍କ ପେଟରେ ହାତ ରଖିଥିବାର ନଜର ଆସିଛନ୍ତି।ନୀତା ଅମ୍ବାନୀ ତାଙ୍କ ସାନ ବୋହୂର ଯତ୍ନ ନେଉଛନ୍ତି।ଏହି ଭିଡିଓ ଦେଖିବା ପରେ, ଜଣେ ୟୁଜର୍ସ କହିଛନ୍ତି ମାଆ ହେବାକୁ ଯାଉଛନ୍ତି । ଅନ୍ୟ ଜଣେ କହିଛନ୍ତି ଯେ ୨ ମାସରେ ଗୁଡ ନ୍ୟୁଜ୍। ଅନ୍ୟ ଜଣେ ଲେଖିଛନ୍ତ ଯେ ସେ ନିଶ୍ଚିତ ଭାବରେ ଗର୍ଭବତୀ । କାହିଁକି ନା ସେ ଫ୍ଲାଟ ଚପଲ ପିନ୍ଧିଛନ୍ତି । ବାରମ୍ଵାର ସେ ତାଙ୍କ ପେଟ ଉପରେ ହାତ ରଖୁଛନ୍ତି। ଦେଖିବ ଖୁବ୍ ଶୀଘ୍ର ଗୁଡ୍ନ୍ୟୁଜ ଆସିବାକୁ ଯାଉଛି।