ଅମ୍ବାନୀ ପରିବାରରେ ପ୍ରି ୱେଡିଂ କାର୍ଯ୍ୟକ୍ରମ: ଲୋକଙ୍କୁ ଅନ୍ନ ପରଶି ଆଶୀର୍ବାଦ ମାଗିଲେ ଅନନ୍ତ ଓ ରାଧିକା

Published By : Prameya-News7 Bureau | February 28, 2024 IST

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚଣ୍ଟଙ୍କ ପ୍ରି ୱେଡିଂ କାର୍ଯ୍ୟକ୍ରମ ଅନ୍ନ ସେବାରୁ ଆରମ୍ଭ ହୋଇଛି। ଜାମନଗର ରିଲାଏନ୍ସ ଟାଉନ୍‌ସିପ ନିକଟର ଥିବା ଜୋଗୱଡ଼ ଗାଁରେ ମୁକେଶ ଅମ୍ବାନୀ, ଅନନ୍ତ ଅମ୍ବାନୀ ଓ ରାଧିକା ମାର୍ଚଣ୍ଟଙ୍କ ସହିତ ପୂରା ଅମ୍ବାନୀ ପରିବାର ଉପସ୍ଥିତ ରହି ଗ୍ରାମବାସୀଙ୍କୁ ପାରମ୍ପରିକ ଗୁଜୁରାଟି ଖାଇବା ପରଶିଛନ୍ତି।


ଅନ୍ନ ପରଶି ପରିବାର ସମସ୍ତେ ଲୋକଙ୍କର ଆଶୀର୍ବାଦ ବି ନେଇଛନ୍ତି।  ରାଧିକାଙ୍କ ଆଇ ଓ ବାପା ବୀରେନ ଓ ମାଆ ଶୌଳା ମାର୍ଚ୍ଚାଣ୍ଟ ଅନ୍ନ ସେବାର ସାମିଲ୍ ହୋଇଛନ୍ତି।

ଅନ୍ନ ସେବାର ପାଖାପାଖି ୫୧ ହଜାର ସ୍ଥାନୀୟ ବାସିନ୍ଦାଙ୍କୁ ଖାଇବା ପରଶା ଯିବ। ଆଗାମୀ କିଛିଦିନ ପର୍ଯ୍ୟନ୍ତ ଅନ୍ନସେବା ଜାରି ରହିବ। ଅନନ୍ତ ଓ ରାଧିକଙ୍କ ପ୍ରି ୱେଡିଂ ସେରିମନି ୧ରୁ ୩ ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜିତ ହେବ।
ଏଥିରେ ଦେଶ ବିଦେଶର ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ସାମିଲ୍ ହେବେ। ଖେଳ ଜଗତ ଠାରୁ ଆରମ୍ଭ କରି ରାଜନୀତି ଓ ସିନେମା ଇଣ୍ଡଷ୍ଟୀର ବ୍ୟକ୍ତିତ୍ୱମାନେ ବି ପହଞ୍ଚିବେ। ଏହି ୩ ଦିନ ଅମ୍ବାନୀ ପରିବାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.