ମୁମ୍ଵାଇ ୦୧।୦୩ : ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ଵାନୀ। ଜୁଲାଇରେ ବୀରେନ୍ ମର୍ଚାଣ୍ଟ ଏବଂ ଶିଲା ମର୍ଚାଣ୍ଟର ଝିଅ ରାଧିକାଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପୂର୍ବରୁ ଗଜୁରାଟର ଜାମନଗରରେ ମାର୍ଚ୍ଚ ୧-୩ରୁ ଏହି ରୟାଲ କପଲଙ୍କ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭାରତ ତଥା ବିଦେଶରୁ ବହୁ ବଡ ବ୍ୟକ୍ତିତ୍ୱ ଅନନ୍ତ ଏବଂ ରାଧିକାଙ୍କ ଏହି ପାର୍ଟିରେ ଭାଗ ନେବାକୁ ଜାମନଗରରେ ପହଞ୍ଚିଛନ୍ତି। ଅମିତାଭ ବଚ୍ଚନ, ସଲମାନ ଖାନ ଏବଂ ଶାହାରୁଖଙ୍କ ସହ ଦୀପିକା ପାଦୁକୋନଙ୍କ ସମେତ ଅନେକ ତାରକା ମଧ୍ୟ ଜାମନଗରରେ ନଜର ଆସିଛନ୍ତି।
କେବଳ ଏତିକି ନୁହେଁ ହଲିଉଡ୍ ଷ୍ଟାର ମଧ୍ୟ ଏଠାରେ ପହଞ୍ଚିଛନ୍ତି । ପ୍ରି-ଓ୍ବେଡିଂରେ ପର୍ଫମ କରିବାକୁ ହଲିଉଡର ଗାୟକ ରିହାନା ମଧ୍ୟ ରହର୍ସାଲ ଆରମ୍ଭ କରିଛନ୍ତି। ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମରେ ଅରିଜିତ ସିଂ, ପ୍ରୀତମ, ବି ପ୍ରାକ, ଦିଲଜିତ ଦୋସାଞ୍ଜ, ଏବଂ ଅଜୟ-ଅତୁଲଙ୍କ ପର୍ଫମାନ୍ସ ଦେଖିବାକୁ ମିଳିବ। ଅନ୍ତର୍ଜାତୀୟ ପପ ତାରକା ରିହାନା ମଧ୍ୟ ଏହି ତାଲିକାର ଶୀର୍ଷରେ ଅଛନ୍ତି।
wp:html/wp:html🎤 Rihanna rehearsing "Diamonds" for her upcoming concert in India. pic.twitter.com/b7ZaohuGFz
— FentyStats (@FentyStats) February 29, 2024
ଯିଏ ଦୁନିଆର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ସଂଗୀତ କଳାକାରମାନଙ୍କ ମଧ୍ୟରୁ ଜଣେ। ଜାମନଗର ବିମାନବନ୍ଦରରେ ରିହାନାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରିହାନା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ପାଇଁ ୧୨ କୋଟି (୧.୫ ମିଲିୟନ) ରୁ ୬୬ କୋଟି (୧୨ ମିଲିୟନ) ମଧ୍ୟରେ ଚାର୍ଜ କରନ୍ତି। ବର୍ତ୍ତମାନ ରିହର୍ସାଲ୍ର ଭିଡିଓ ସାମ୍ନାକୁ ଆସିଛି। ଯାହା ଖୁବ୍ ଭାଇରାଲ ହେଉଛି।
wp:embed {"url":"https://www.prameyanews7.com/anant-ambani-radhika-merchant-pre-wedding/","type":"wp-embed","providerNameSlug":"prameya-news-7"} /wp:embed