ଅନନ୍ତ-ରାଧିକାଙ୍କ ହଳଦୀ ସମାରୋହରେ ବଲିଉଡ୍‌ କଳାକାରଙ୍କ ଜଲୱା, ସାମ୍ନାକୁ ଆସିଲା ଫଟୋ

Published By : Prameya-News7 Bureau | July 09, 2024 IST

ମୁମ୍ଵାଇ ୦୯।୦୭: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ । ସେ ଜୁଲାଇ ୧୨ରେ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବେ। ଏହି ଦମ୍ପତିଙ୍କ ବିବାହ ପୂର୍ବ କାର୍ଯ୍ୟ ଗୁଡ଼ିକ ଚାଲିଛି।  ଗତକାଲି ଏକ ହଲଦି ସମାରୋହ କାର୍ଯ୍ୟ ଥିଲା । ସଲମାନ ଖାନଙ୍କ ଠାରୁ ରଣବୀର ସିଂ ପର୍ଯ୍ୟନ୍ତ ସମଗ୍ର ବଲିଉଡ ଅନନ୍ତ-ରାଧିକାର ହଳଦୀ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ବଲିଉଡର ଭାଇଜାନ ଅର୍ଥାତ୍ ସଲମାନ ଖାନ ମଧ୍ୟ ଅନନ୍ତ-ରାଧିକାଙ୍କ ହଲଦୀ ସମାରୋହରେ ପୂରା ସ୍ଵାଗରେ ପହଞ୍ଚିଥିଲେ। ଏହି ସମୟରେସଲମାନ ଖାନ ହଳଦିଆ ରଙ୍ଗର କୁର୍ତ୍ତାରେ ବହୁତ ଚମତ୍କାର ଦେଖାଯାଉଥିଲେ । 


ରଣବୀର ସିଂ ମଧ୍ୟ ରାଧିକାଙ୍କ ହଲଦୀ କାର୍ଯ୍ୟକ୍ରମରୁ ବାହାରକୁ ଆସୁଥିବାର ନଜର ଆସିଥିଲେ। ଏହି ଉତ୍ସବରେ ରଣବୀର ସିଂ ହଳଦିଆ କୁର୍ତ୍ତା ପିନ୍ଧିଥିଲେ।


ତିକି ହିଁ ନୁହେଁ ଅଭିନେତ୍ରୀ ମାନୁଷୀ ଚିଲ୍ଲର ମଧ୍ୟ ଯୋଗ ଦେଇଥିଲେ। ମାନୁଷୀ ଏକ ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ଅଭିନେତ୍ରୀ ନିଜ କେଶକୁ ଖୋଲା ରଖିଥିଲେ ଏବଂ ଚମକଦାର ମେକଅପ୍ କରିଥିଲେ। ମାନୁଷୀ ଟ୍ରାଡିସନାଲ ଡ୍ରେସ୍‌ରେ ବହୁତ ସୁନ୍ଦର ଦେଖାଯାଉଥିଲେ


ସେପଟେ ସାରା ଅଲି ଖାନ ଲାଇମଲାଇଟ୍ ଚୋରି କରୁଥିବା ଦେଖିବାକୁ ମିଳିଥିଲା। ସାରା ଏକ ମଲ୍ଟି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଏବଂ ସାରାଙ୍କ ଗ୍ଲାମ ମେକଅପରେ ଲୁକ୍‌ ବହୁର ସୁନ୍ଦର ଦେଖାଯାଉଥିଲା


ବଲିଉଡ ଷ୍ଟାରକିଡ୍‌ମାନଙ୍କ ପ୍ରିୟ ଓରି ମଧ୍ୟ ଅନନ୍ତ-ରାଧିକାଙ୍କ ହଳଦୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଓରି ଏକ ପିସ୍ତା ସବୁଜ ରଙ୍ଗର କୁର୍ତ୍ତା ଉପରେ ନୀଳ ଜ୍ୟାକେଟ୍ ପିନ୍ଧିଥିଲେ।


ଗାୟକ ରାହୁଲ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦିଶା ପରମାରଙ୍କ ସହ ରାଧିକାର ହଳଦୀ କାର୍ଯ୍ୟରେ ପହଞ୍ଚିଥିଲେ। ରାହୁଲ ଏକ ଲାଲ୍ ସୁଟରେ ଭଲ ବହୁତ ସୁନ୍ଦର ଦେଖାଯାଉଥିଲେ। 


ଅନନ୍ୟା ପାଣ୍ଡେ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ। ଅନାରକଲି ସୁଟରେ ଅନନ୍ୟା ବହୁତ ସୁନ୍ଦର ଦେଖାଯାଉଥିଲେ । ଏହି ଅଭିନେତ୍ରୀ ମାଙ୍ଗ ଟିକା ସହିତ ଭାରୀ କାନଫୁଲରେ ଲୁକ୍‌ କମ୍ପଲିଟ୍‌ କରିଥିଲେ । ଏହି ସମୟରେସାରା ଏବଂ ଅନନ୍ୟା ଅନେକ ଫଟୋ କ୍ଲିକ୍‌ କରିଥିଲେ । 


ଜାହ୍ନବୀ କପୁର ହଳଦିଆ ରଙ୍ଗର ସାଢୀ ପିନ୍ଧି ସେଠାରେ ପହଞ୍ଚିଥିଲେ । ଜାହ୍ନବୀ କେଶ ଖୋଲା ରଖିଥିଲେ। ସେ ଏତେ ସୁନ୍ଦର ଦେଖାଯାଉଥିଲେ ଯେ ସମସ୍ତଙ୍କ ଆଖି ତାଙ୍କ ଉପରେ ଥିଲା ।


ଅର୍ଜୁନ କପୁର ଅନନ୍ତ-ରାଧିକାଙ୍କ ହଳଦୀରେ ମରୁନ ରଙ୍ଗର କୁର୍ତ୍ତା ଏବଂ ଧଳା ପାଇଜାମାରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.