ଓଡ଼ିଶାରେ ଜୁନିୟର ଅମ୍ୱାନୀ, ବିବାହ ପୂର୍ବରୁ ଜଗା ଦର୍ଶନ କରିବେ ଅନନ୍ତ

Published By : Prameya-News7 Bureau | January 24, 2023 IST

ଭୁବନେଶ୍ୱର ୨୪/୦୧: ବିବାହ ପୂର୍ବରୁ ଜଗା ଦର୍ଶନ କରିବେ ଅନନ୍ତ ଅମ୍ବାନୀ । ସେଥିଲାଗି ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ବିଜିନେସ୍ ଟାଇକୁନ ମୁକେଶ ଅମ୍ବାନୀଙ୍କ ସାନ ପୁଅ । ଭୁବନେଶ୍ଵର ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ ଭୁବନେଶ୍ଵର ଫେରି ମୁମ୍ବାଇ ଫେରିଯିବେ ବୋଲି ସୂଚନା ମିଳିଛି ।

ସୂଚନା ଥାଉକି ଗତ କିଛି ଦିନ ତଳେ ଦେଶର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ସାନ ପୁଅ ରାଧିକା ମର୍ଚେଣ୍ଟଙ୍କ ସହ ନିର୍ବନ୍ଧ ଶେଷ ହୋଇଛି । ୨୭ ବର୍ଷୀୟ ଅନନ୍ତ ଅମ୍ୱାନୀ ହେଉଛନ୍ତି ମୁକେଶ ଅମ୍ୱାନୀ ଏବଂ ନୀତା ଅମ୍ୱାନୀଙ୍କ ସାନ ପୁଅ । ଦୀର୍ଘ ଦିନରୁ ରାଧିକାଙ୍କ ସହ ଅନନ୍ତଙ୍କ ବିବାହ ନେଇ ଚର୍ଚ୍ଚ ହୋଇ ଆସୁଥିଲା । ରାଧିକା ମର୍ଚେଣ୍ଟଙ୍କ ବାପା ବୀରେନ ମର୍ଚେଣ୍ଟ ମଧ୍ୟ ଦେଶର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ସେ ଏନକୋର ହେଲ୍ଥକେୟାରର ସିଇଓ ।

ଗୁଜରାଟ କଚ୍ଛର ମୂଳବାସିନ୍ଦା ମର୍ଚେଣ୍ଟ ପରିବାର ଜନ୍ମିତ ରାଧିକା ଭାରତନାଟ୍ୟମ ନୃତ୍ୟର ଶିକ୍ଷା ନେଇଛନ୍ତି । ରାଧିକା ମର୍ଚେଣ୍ଟ ମଧ୍ୟ ତାଙ୍କ ବାପାଙ୍କ କମ୍ପାନିର ବୋର୍ଡ ଅଫ୍ ଡାଇରେକ୍ଟରରେ ସଦସ୍ୟ । ମିଡିଆ ରିପୋର୍ଟ ଅନୁସାରେ ରାଧିକା ମର୍ଚେଣ୍ଟ ଦୀର୍ଘ ସମୟରୁ ଅନନ୍ତ ଅମ୍ୱାନୀଙ୍କ ସହ ସମ୍ପର୍କରେ ଥିଲେ । ଉଭୟ ପରିବାର ଆରମ୍ଭରୁ ହିଁ ଦୁହିଁଙ୍କ ସମ୍ପର୍କକୁ ସୀକୃତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.