ଅନନ୍ତ ଅମ୍ବାନୀଙ୍କ ଘଡ଼ି ଦେଖି ମାର୍କ ଜୁକରବର୍ଗଙ୍କ ପତ୍ନୀ ଆଚମ୍ବିତ, ଜାଣନ୍ତୁ ଦାମ କେତେ?

Published By : Prameya-News7 Bureau | March 03, 2024 IST

ଜାମନଗର ୩।୩: ଗୁଜରାଟ ଜାମ ନଗରରେ ଚାଲିଥିବା ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେରିମନି ଲଗାତାର ଚର୍ଚ୍ଚାରେ ରହିଛି। ଦେଶଦୁନିଆରୁ ସେଠାକୁ ଆସୁଥିବା ଅତିଥିଙ୍କ କାରଣରୁ ସାରା ଗଣମାଧ୍ୟମର ନଜର ଏବେ ଜାମନଗର ଉପରେ। ୩ ଦିନିଆ ଏହି ପ୍ରି-ୱେଡିଂ ସେରିମନିର ୩ ମାର୍ଚ୍ଚ ରବିବାର ଶେଷ ଦିନ। ଏଣୁ ଏହି କାର୍ଯ୍ୟାକ୍ରମରେ ରବିବାର ବିଲ୍ ଗେଟସ୍, ଇଭାଙ୍କା ଟ୍ରମ୍ପ, ଲକ୍ଷ୍ମୀ ମିତ୍ତଲ ଓ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ଭଳି ଦିଗ୍ଗଜମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏଥିମଧ୍ୟରେ ଉତ୍ସବର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅନନ୍ତ ଅମ୍ବାନୀ, ଆକାଶ ଅମ୍ବାନୀ, ଫେସ୍ ବୁକ ମାଲିକ ମାର୍କ ଜୁକର ବର୍ଗ ଓ ତାଙ୍କ ପତ୍ନୀ ଏକ ସାଙ୍ଗରେ ଛିଡା ହୋଇଥିବାର ଦେଖାଯାଉଛନ୍ତି। ଏଥିରେ ଜୁକରବର୍ଗ ଓ ତାଙ୍କ ପତ୍ନୀ ପ୍ରିସଲା ଅନନ୍ତଙ୍କ ସହିତ କଥା ହେଉଛନ୍ତି। ଏପରି କଥା ହେଉଥିବା ବେଳେ ଅଚାନକ ପ୍ରିସଲାଙ୍କ ନଜର ଅନନ୍ତ ଅମ୍ବାନୀ ପିନ୍ଧିଥିବା ହାତ ଘଡ଼ି ଉପରେ ପଡୁଛି, ଯାହାକୁ ଦେଖି ସେ ଆଚମ୍ବିତ ହେଉଛନ୍ତି। ପ୍ରିସଲା ଏହି ଘଡିକୁ ନେଇ ଅନନ୍ତଙ୍କୁ ବିଭିନ୍ନ କଥା ପଚାରୁଥିବାର ମଧ୍ୟ ଦେଖାଯାଉଛି। ତେବେ ଆସନ୍ତୁ ଜାଣିବା ଅନନ୍ତଙ୍କ ଘଡ଼କୁ ଦେଖି ପ୍ରିସଲା ଆବାକ ହେଉଛନ୍ତି କାହିଁକି, କ’ଣ ଅଛି ଘଡ଼ିରେ?

wp:html /wp:html

ଅନନ୍ତ ଅମ୍ବାନୀଙ୍କ ଯେଉଁ ଘଡ଼ି ଦେଖି ପ୍ରିସଲା ଏତେ ଆଶ୍ଚର୍ଯ୍ୟ ହେଉଛନ୍ତି ତାହା ହେଉଛି ‘ପାଟେକ୍ ଫିଲିପ୍’ର ଗ୍ରାଣ୍ଡ ମାଷ୍ଟର ଚାଇମ୍ ୱାଚ୍। ଏହି ହାତଘଡ଼ିର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୪ରୁ ୧୮ କୋଟି ଟଙ୍କା। ଇଣ୍ଡିଆନ ହରୋଲଜି ଇଂଷ୍ଟାଗ୍ରାମ ପେଜ୍ ଅନୁସାରେ ଏହି ରିଷ୍ଟ ୱାଚ୍‌ରେ ରିଭର୍ସିବଲ କେସ୍‌ ସହିତ ଇଣ୍ଡିପେଣ୍ଡେଣ୍ଟ ଡାୟଲ ଓ ୬ ପେଟେଣ୍ଟଡ ଇନୋଭେସନ ଭଳି ଅନେକ ଫିଚର ରହିଛି। ରିପୋର୍ଟ ଅନୁସାରେ ଏହି ମୂଲ୍ୟବାନ ଘଡ଼ି ହୀରା ଓ ଏମରଲଡରେ ଜଡା।

ଅନନ୍ତ ଅମ୍ବାନୀଙ୍କ ଏହି ଘଡ଼ିକୁ ଦେଖି ପ୍ରିସଲା ଚମକିବା ଓ ଘଡ଼ି ସମ୍ପର୍କରେ ତାଙ୍କଠୁ ଜାଣିବାକୁ ଆଗ୍ରହୀ ହେବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ୟୁଜର ମିମସ୍‌ ପୋଷ୍ଟ କରୁଥିବାର ମଧ୍ୟ ଦେଖାଯାଉଛି। ଫୋର୍ବସ୍ ବିଲେନିୟର ଇଣ୍ଡେକ୍ସ ଅନୁସାରେ ମାର୍କ ଜୁକରବର୍ଗ ବିଶ୍ୱର ତୃତୀୟ ବୃହତ୍ତମ ଧନିକ। ତେବେ ଅନନ୍ତ ଅମ୍ବାନୀଙ୍କ ଭଳି ମହଙ୍ଗା ଘଡ଼ି କିନ୍ତୁ ସେ ଆଫୋର୍ଡ କରିପାରନ୍ତିନି ତାହା ପ୍ରିସଲାଙ୍କ ଆଚରଣରୁ ୟୁଜର ବେଶ୍ ଠଉରେଇ ପାରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.