ସରିଲା ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ନିର୍ବନ୍ଧ: ସାମ୍ନାକୁ ଆସିଲା ଉତ୍ସବ ସମୟର ଫଟୋ

Published By : Prameya-News7 Bureau | January 19, 2023 IST

ମୁମ୍ବାଇ: ସରିଲା ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ନିର୍ବନ୍ଧ। ଆଜି(ଜାନୁଆରୀ ୧୯) ମୁମ୍ବାଇରେ ପରିବାର ଓ ବନ୍ଧୁବର୍ଗଙ୍କ ଉପସ୍ଥିତିରେ ଉଭୟଙ୍କ ନିର୍ବନ୍ଧ ହୋଇଛି। ଉଭୟ ଅନନ୍ତ ଓ ରାଧିକା ପରସ୍ପରକୁ ଜାଣିଥିଲେ ଡିସେମ୍ବର ୨୯ ତାରିଖରେ ରାଜସ୍ଥାନର ନାଥଦ୍ୱାର ମନ୍ଦିରରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ହେଲେ ଆଜି ପରିବାର ବର୍ଗଙ୍କ ଉପସ୍ଥିତିରେ ଔପଚାରିକ ଭାବେ ନିର୍ବନ୍ଧ ଉତ୍ସବ ପାଳନ କରାଯିବ ସହ ଫଟୋ ଶେସନ ହୋଇଛି।\

ନିର୍ବନ୍ଧ ସମୟରେ ପରମ୍ପରା ଅନୁସାରେ ଆଜି ସନ୍ଧ୍ୟାରେ ଗୋଲ ଧନ ଏବଂ ଚୁନରୀ ବିଧିର ପାଳନ ହୋଇଥିଲା। ଅମ୍ବାନୀଙ୍କ ପରିବାର ପକ୍ଷରୁ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ନୃତ୍ୟ କଳାର ପ୍ରଦର୍ଶନ କରାଯାଇଥିଲା। ବଡ଼ ଭଉଣୀ ଇଶା ଅମ୍ବାନୀ ଓ ପରିବାର ପୂର୍ବରୁ ରାଧିକାଙ୍କ ଘରେ ପହଞ୍ଚି ସାରିଥିଲେ। ମାର୍ଚାଣ୍ଟ ପରିବାର ମଧ୍ୟ ସେମାନଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଭାବି ଦମ୍ପତିଙ୍କୁ ଶ୍ରୀ କୃଷ୍ଣ ମନ୍ଦିରକୁ ନେଇ ଆଶୀର୍ବାଦ ନେବାକୁ କୁହାଯାଇଥିଲା।  

ଆଜି ପାରମ୍ପରିକ ଭାବେ ଲଗ୍ନ ପତ୍ରିକା ପଢ଼ିବା ପରେ ଗଣେଶ ପୂଜାରୁ ନିର୍ବନ୍ଧ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଇଶା ଅମ୍ବାନୀ ମୁଦି ପିନ୍ଧା କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ଏହାପରେ ଅନନ୍ତ ରାଧିକାଙ୍କୁ ମୁଦି ପିନ୍ଧାଇଥିଲେ।

Anant Ambani and Radhika Merchant pose for a family picture. (Photo: Yogen Shah)

ମୁକେଶ ଓ ନୀତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଆମେରିକାର ବ୍ରାଉନ ୟୁନିଭର୍ସିଟିରେ ଗ୍ରାଜୁଏଟ୍ ପାସ୍ କରିଛନ୍ତି। ଏହାପରେ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ବିଭିନ୍ନ ଦାୟିତ୍ୱ ସମ୍ଭାଳୁଛନ୍ତି। ସେ ବର୍ତ୍ତମାନ ରିଲାଏନ୍ସର ଏନର୍ଜୀ ବିଜ୍‌ନେସ ସମ୍ଭାଳୁଛନ୍ତି।

Mukesh and Nita Ambani with Anant Ambani and Radhika Merchant. (Photo: Yogen Shah)

ସେହିପରି ଶୈଳା ଓ ବିରେନ ମାର୍ଚାଣ୍ଟଙ୍କ ଝିଅ ରାଧିକ ନ୍ୟୁୟର୍କ ୟୁନିଭର୍ସିଟିରେ ଗ୍ରାଜୁଏସନ ସାରିବା ପରେ ବୋର୍ଡ ଅଫ୍‌ ଏନକୋର ହେଲ୍ଥ କେୟାର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.