ବିପଦ ସଙ୍କୁଳ ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ: ହସ୍ପିଟାଲ ବିଲ୍ଡିଂରୁ ଖସିଲା ବଡ ମାର୍ବଲ ଖଣ୍ଡ, ଅଳ୍ପକେ ବର୍ତ୍ତିଗଲେ ରୋଗୀଙ୍କ ସଂପର୍କୀୟ

Published By : Prameya-News7 Bureau | December 24, 2020 IST

ଆନନ୍ଦପୁର୨୪/୧୨: ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଏମସିଏଚ୍ ବିଲ୍ଡିଂ ଏବେ ରୋଗୀ ଏବଂ ତାଙ୍କ ସଂପର୍କୀୟଙ୍କ ପାଇଁ ଅସୁରକ୍ଷିତ ପାଲଟିଛି। ନିର୍ମାଣ ହୋଇଥିବା ବିଲ୍ଡିଂ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଗୁରୁବାର ଅପରାହ୍ନରେ ରୋଗୀଙ୍କ ସଂପର୍କୀୟ ପ୍ରବେଶ ପଥ ଦେଇ ଯିବା ବେଳେ ପିଲରେ ଲାଗିଥିବା ବଡ ମାର୍ବଲ ଖଣ୍ଡ ଖସି ପଡିଥିଲ। ମାତ୍ର ରୋଗୀଙ୍କ ସଂପର୍କୀୟଙ୍କ ଉପରେ ପଡିବା ବଦଳରେ ୨ ଫୁଟ ଦୂରରେ ପଡିଥିଲା।

ଭାଗ୍ୟବଶତଃ ରୋଗୀଙ୍କ ସଂପର୍କୀୟଙ୍କ ଉପରେ ପଡିନଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ୨ ଫୁଟ୍ ଦୂରରେ ଖସି ପଡିଥିବା ମାର୍ବଲ ଖଣ୍ଡ, ଯଦି ରୋଗୀ କିମ୍ବା ସେମାନଙ୍କ ସଂପର୍କୀୟଙ୍କ ଉପରେ ଖସି ପଡିଥାନ୍ତା, ତେବେ ପରିସ୍ଥିତି କ'ଣ ହୋଇ ଥାଆନ୍ତା? ତେବେ ୨ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ବିଲ୍ଡିଂ ମରାମତି ନ କଲେ ପୁଣି ଆଉ କାହାର କ୍ଷତି ହୋଇପାରେ ବୋଲି ରୋଗୀଙ୍କ ସଂପର୍କୀୟମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.