ଚାଲିଛି କାଠ ମାଫିଆଙ୍କ ରାଜୁତି, ଚୂପ୍ ବସିଛି ବନବିଭାଗ: ତେଜିଲା ଅସନ୍ତୋଷ

Published By : Prameya-News7 Bureau | November 04, 2022 IST

ଆନନ୍ଦପୁର ୦୪/୧୧: ବେଧଡକ୍ ଚାଲିଛି ଗଛ କଟା । ଶାଳ, ପିଆଶାଳ, ଶିଶୁ, ଭଳି ମୂଲ୍ୟବାନ ବଡ ବଡ ଗଛକୁ କାଟି ପଦା କରିଚାଲିଛନ୍ତି କାଠ ମାଫିଆ । ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ଶାମୁକାନାଣ୍ଡି ହୁଡି ଓ ଜାମୁବାହାଳୀ ଗ୍ରାମ୍ୟ ଜଙ୍ଗଲ ଏବ ପଦା ହେବାକୁ ବସିଲାଣି । ସେପଟେ ବନ ବିଭାଗ ସବୁ ଜାଣି ଅଜଣା ।

wp:html /wp:html

ଏ ଦୃଶ୍ୟ ହେଉଛି ଘସିପୁରା ବ୍ଲକ୍ ଷେଣ୍ଡେଇ ଡ୍ୟାମ୍ ନିକଟରେ ଥିବା ସାମୁକାନାଣ୍ଡି ହୁଡି ଓ ଏହାଠାରୁ କିଛି ଦୂରରେ ଥିବା ଜାମୁବାହାଳୀ ଗ୍ରାମ୍ୟ ଜଙ୍ଗଲର ଦୃଶ୍ୟ । ରାତିହେଲେ ଏଠି କାଠ ମାଫିଆଙ୍କ ରାଜୁତି । ପୂର୍ବରୁ ଏହି ଜଙ୍ଗଲ ସବୁକୁ ସ୍ଥାନିୟ ଲୋକେ ଦେଖାରେଖା କରିବାସହ ଜଗି ରହୁଥିଲେ । ହେଲେ କିଛିବର୍ଷ ପରେ ଜଙ୍ଗଲ ବିଭାଗ ଏହାର ଦାୟିତ୍ୱ ନେବାପରେ ଜଙ୍ଗଲ ଲୁଟ୍ ଆରମ୍ଭ ହୋଇଛି । ଜଙ୍ଗଲ ଧ୍ୱଂସ ପଛରେ ବନବିଭାଗର ଅବହେଳା କୁ ଦାୟୀ କରିଛନ୍ତି ଏଠାକାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.