scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାସ୍ତାକଡ଼ରେ ପଡିଛି ଅଜଣା ମୃତଦେହ, ପୋଲିସ ଖୋଜୁଛି କାରଣ

28/06/2023 at 1:11 PM

ଆନନ୍ଦପୁର ୨୮।୦୬ : ଅଜଣା ଯୁବକଙ୍କ ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ଦରଖଳା ଛକ ନିକଟରୁ ମିଳିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଦରଖଳା ଛକ ନିକଟ ରାସ୍ତା କଡ଼ରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିଲା । ସ୍ଥାନୀୟଲୋକେ ଏହା ଦେଖି ତୁରନ୍ତ ଘଷିପୁରା ଥାନା ପୋଲିସକୁ ଖବର ଦେଇଥିଲେ । ଘଷିପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ତେବେ ଏବେ ଯାଏଁ ମୃତକଙ୍କ ପରିଚୟ ସଠିକ୍‌ ଭାବେ ଜଣାନାହିଁ । ଏହା ହତ୍ୟା ନା ଆଉ କିଛି , ତାହା ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ଜଣାପଡିବ ବୋଲି ଆଶା କରାଯାଉଛି ।  

   Related Posts