ନିରପେକ୍ଷ ତଦନ୍ତ ଦାବି: ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ଆନନ୍ଦ ଟପୋଙ୍କ ପରିବାର
22/03/2023 at 7:57 PM

କଟକ ୨୨/୦୩: ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୃତ ଆନନ୍ଦା ଟପୋଙ୍କ ପରିବାର। ନିରପେକ୍ଷ ସଂସ୍ଥା ଦ୍ଵାରା ଆନନ୍ଦା ଟପୋ ହତ୍ୟା ମାମଲାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ପୂର୍ବରୁ ହାଇକୋର୍ଟ ଏହି ଘଟଣାର ତଦନ୍ତ କରିବାକୁ ଭୁବନେଶ୍ଵର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଡିସିପି ତଦନ୍ତ ସାରି ହାଇକୋର୍ଟଙ୍କୁ ରିପୋର୍ଟ ମଧ୍ୟ ଦେଇଥିଲେ। କିନ୍ତୁ ଏବେ ପୁଣି ତଦନ୍ତରେ ଅସନ୍ତୋଷ ଜାହିର କରି ମୃତ ଆନନ୍ଦ ଟପୋଙ୍କ ବାପା ବାନ୍ଧନା ଟପୋ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି।