ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ବିରେନ୍ଦ୍ର ଲାକ୍ରାଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଡିଜିଙ୍କୁ ଚିଠି ଲେଖିଲେ ମୃତକଙ୍କ ବାପା
18/12/2022 at 10:09 PM

କଟକ, ୧୮/୧୨: ଆନନ୍ଦ ଟପ୍ପୋ ରହସ୍ୟଜନକ ମୃତ୍ୟୁ ମାମଲାରେ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ପୁଣି ବଢିଲା ଅଡ଼ୁଆ । ମୃତ ଆନନ୍ଦ ଟପୋଙ୍କ ପିତା ପୋଲିସ ଡିଜି ଓ ଗୃହ ସଚିବଙ୍କୁ ଏନେଇ ଚିଠି ଲେଖିଛନ୍ତି । ସେ ଏହି ଚିଠିରେ ଇନଫୋସିଟି ଥାନାରେ ବିରେନ୍ଦ୍ରଙ୍କ ନାଁରେ ମାମଲା ରହିଥିବା ଦର୍ଶାଇଛନ୍ତି । ନିରପେକ୍ଷ ତଦନ୍ତ ପାଇଁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି । ଓଡ଼ିଶା ପୋଲିସ ବିଭାଗରେ ବୀରେନ୍ଦ୍ର ଏବେ ଡିଏସପି ଦାୟିତ୍ୱରେ ଅଛନ୍ତି । ବୀରେନ୍ଦ୍ରଙ୍କୁ ଅବ୍ୟାହତି ଦେବାକୁ ମୃତ ଆନନ୍ଦ ଟପ୍ପୋଙ୍କ ବାପା ଦାବି କରିଛନ୍ତି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023