କେନ୍ଦ୍ର ସରକାରଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା, କହିଲେ- ସଙ୍କଟ ସମୟରେ ଦେଶ ଏକଜୁଟ୍ ଥିଲା

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧/୧୨ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ଆନନ୍ଦ ଶର୍ମା କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବା ସହ ମିଳିମିଶି କାମ କରୁଥିବାରୁ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, କରୋନା ସଙ୍କଟ ସମୟରେ ଦେଶ ଏକଜୁଟ୍ ହୋଇ ଠିଆ ହୋଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୀକା ବିକାଶ କରୁଥିବା କମ୍ପାନୀଗୁଡିକର ପରିଦର୍ଶନ ସମୟରେ ଟ୍ବିଟ୍ ମାଧ୍ୟମରେ ନିଜର ମତ ରଖିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ ।

ଆନନ୍ଦ ଶର୍ମା କହିଛନ୍ତି ‘କରୋନା ମହାମାରୀ କାରଣରୁ ପ୍ରଥମ ତ୍ରୖମାସିକରେ ଦେଶର ଅର୍ଥବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡିଥିଲା । କିନ୍ତୁ ଦ୍ବିତୀୟ ତ୍ରୖମାସିକରେ ଏଥିରେ ଦୃତ ସୁଧାର ଆସିଛି ଏବଂ ଆଶା କରାକରିବା ଆଗାମୀ ୨ଟି ତ୍ରୖମାସିକରେ ମଧ୍ୟ ଅର୍ଥବ୍ୟବସ୍ଥା ପ୍ରତି ସକାରାତ୍ମକ ଖବର ଆସିବ’ ।

କଂଗ୍ରେସର ଅସନ୍ତୁଷ୍ଟ ନେତାମାନଙ୍କ ମଧ୍ୟରୁ ଆନନ୍ଦ ଶର୍ମା ଅନ୍ୟତମ । ଏହାରି ମଧ୍ୟରେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶଂସା କରିବା ତାଙ୍କର ଦଳ ପ୍ରତିଥିବା ଅସନ୍ତୁଷ୍ଟତାକୁ ପଦାରେ ପକାଇଛି । ଆନନ୍ଦଙ୍କ ସମେତ କଂଗ୍ରେସର ପ୍ରାୟ ୨୩ ଜଣ ଅସନ୍ତୁଷ୍ଟ ନେତା ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିବା ସହିତ ଦଳ ଭିତରେ କିଛି ଅଦଳବଦଳ ପାଇଁ ସୁପାରିଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.